ଗାଁ ,ମା ଆଉ କରୋନା
ଗାଁ ,ମା ଆଉ କରୋନା
ଏମିତି ଶୁନ୍ ଶାନ୍ ନୀରବତା
ବେଳେ ବେଳେ ଭାରିଭଲଲାଗେ
ଏବେତ ଘରେ ସବୁବେଳେ
କିଛି ଦିୱଧା ନାହିଁ ମା କଥା ମାନିବାରେ
ବାପାଙ୍କ ସହ ମିଶି ଖାଇବାରେ
ପୁରା ପରିବାର ବସି ଟିଭି ଦେଖିବାରେ
କରୋନା ଭୟ ଟା ଏମିତି ସତରେ
ଘର ଦୁଆର ସବୁ ସଫା ସୁନ୍ଦର
ଭୟ କରୋନାର
ଘରେ ସତରେ ମା ଅଛି ବୋଲି
ଶାନ୍ତି ରେ ବସିଛୁ ସଭିଏଁ
ବାହାର ମନା
ହାଟ ବାଟ ସବୁ ମନା
ଏବେ ବୁଝାପଡୁଛି
ମା ଏତେ ଖୁସୀରେ ଘର ଭିତରେ କେମିତି
ଏପଟ ସେପଟ ହୁଏ
ଦିନ ତମାମ୍ କାମ କରୁଥାଏ
ଗରମ ଭାତ କୋଳଥ ଡାଲି
ଆଳୁ ଭର୍ତା ଏତେ ସୁଆଦିଆ
ଅନେକ ଦିନରୁ ,ପିଜା ପେଟିସ ,ଜମାଟୋ ବିରିଆନି
ଖାଇବା ଦିନରୁ
ଟେଷ୍ଟ ଭୁଲିଯାଇଥିଲି
ମା ହାତରନ୍ଧା ମା ପରି
ଶାନ୍ତି ରେ ଖାଉଛି
ପିଜା ବର୍ଗର ଭୂଲିଛି
ପିଢା ରେ ବସିଛି
ମା ଏବେବି ତାଗିଦ କରୁଛି
ଏବେ ବି ମା ଡ଼ର ରେ
ହାତ ଗୋଡ଼ ଧୋଇ ଖାଇଦିଏ
ଗାଁ ଆଉ ମା ଭାରି ନିଜର
ଏଠି ଟିକିଏ ବି ନାହିଁ କରୋନା ଡ଼ର
