ଗାଧୁଆ ତୁଠରେ ପ୍ରିୟା
ଗାଧୁଆ ତୁଠରେ ପ୍ରିୟା
ପାହାନ୍ତା ପହରୁ ତୁମେ ଯେବେ ପ୍ରିୟା
ଯାଅ ଗୋ ସିନାନ ପାଇଁ
ଦେଖିବା ପାଇଁ କି' ତୁମ ଅଲକ୍ଷ୍ୟରେ
ପଛେ ପଛେ ଯାଏ ଧାଇଁଁ ।
ସାଥୀରେ ନ'ଥାନ୍ତି ସଖା ସହଚରୀ
ଯାଇଥାଅ ତୁମେ ଏକା
ମାଛି ଅନ୍ଧାରରେ ତୁୁମ ଗୋରା ଦେହ
ଦିଶୁଥାଇ କେଡ଼େ ତୋଫା ।
ଗାଧୁଆ ତୁୁୁଠର ତୁୁଠ ପଥର ରେ'
ମାଜୁଥାଅ ତୁମ ଦେହ
ହଳଦୀ ଲଗାଇ ହଲିଲା ପାଣିରେ'
ଦେଖୁଥାଅ ତୁମ ମୁହଁ ।
ଝିନ ବସନରେ ସ୍ନାନ କର ଯେବେ
ନଈର ନିର୍ମଳ ଜଳେ
ଗୋପନୀୟ ଅଙ୍ଗ ଫୁଟି ଦିଶୁଥାଏ
ଭିଜିଲା ବସନ ତଳେ ।
ସେ ରୂପ ଲାବଣ୍ୟ ବର୍ଣ୍ଣିବା ପାଇଁ କି
ନାହିଁ ମୋ'ପାଖରେ ଭାଷା
କହିବା ପାଇଁକି ଲାଜ ଲାଗେ ପ୍ରିୟା
ହେବି କାଳେ ଲୋକହସା ।