STORYMIRROR

BULU BEHERA

Action

3  

BULU BEHERA

Action

- ଗାଡି କଣ୍ଡକ୍ଟର -

- ଗାଡି କଣ୍ଡକ୍ଟର -

1 min
231

ବସ ଗାଡି ଭିତରେ

ଯାତ୍ରା ଆରମ୍ଭରୁ ଯାତ୍ରା ଶେଷ ପର୍ଯ୍ୟନ୍ତ

ଗାଡି ଭିତରେ ଥାଇ

ଜୋରରେ ପାଟି କରୁଥାଏ l

କେତେବେଳେ ସେ ଗାଡି ଉପରକୁ

ଅକ୍ଳେଶରେ  ଜିନିଷ ରଖିବାକୁ ଚାଲିଯାଏ ତ

କେତେବେଳେ  ଥାଏ ଗେଟ ପାଖରେ l

ପ୍ରତି ଛକ ଆସିଲେ ଲୋକଙ୍କୁ ଓହ୍ଲାଇବାକୁ

 ସବୁବେଳେ ପାଟି କରୁଥାଏ,

କେତେବେଳେ ଗାଡ଼ିରେ ଲୋକମାନଙ୍କୁ

ମା, ମାଉସୀ, ଭାଇ, ଭାଇନା, ଭଉଣୀ, ଝିଅ କହି

ଟଙ୍କା ମାଗି ମାଗି ଆଦାୟ କରୁଥାଏ l

ଏତେ ଗହଳିରେ ସିଏ ଲୋକଙ୍କୁ ଚିହ୍ନି

ଭଲଭାବରେ ହେତୁ ରଖିପାରେ,

ତାର ଆଦେଶରେ ଗାଡି ପରିଚାଳିତ ହୁଏ

ଏତେ ବ୍ୟସ୍ତ ବହୁଳ ଭିତରେ

ଏତେ ଗର୍ଜନ କରିବା ମଧ୍ୟରେ

ଭଲ ଭାବରେ ସେ ଟ୍ରାଫିକ ପୋଲିସ ପରି

ଲୋକମାନଙ୍କୁ ନିୟନ୍ତ୍ରଣ କରିବାରେ ପାରଙ୍ଗମ

ସେହି ଜନ ସେବାକାରୀ, ଜନ ନାୟକ 

ଡ୍ରାଇଭରର ମୁଖ୍ୟ ସହାୟକଙ୍କୁ

ସମସ୍ତେ ଜାଣିଛନ୍ତି ଓ ତାଙ୍କୁ

ଭଲ ଭାବରେ ଚିହ୍ନିଛନ୍ତି

ସେ ହେଉଛନ୍ତି " ଗାଡି କଣ୍ଡକ୍ଟର "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action