STORYMIRROR

Sarmistha Palai

Classics

4  

Sarmistha Palai

Classics

ଏତିକି ସୁଦୟା ଥାଉ

ଏତିକି ସୁଦୟା ଥାଉ

1 min
339

ଜୀବନ ଦୀପରେ ଆଶାର ସଳିତା

  ଧିକି ଧିକି ଜଳୁ ଥାଉ

ତୁମ କରୁଣାରୁ କିଛି କିଛି ଲେଖା

  କବିତା ସୁନାମ ପାଉ।


ବୟସ ମଧ୍ୟାହ୍ନେ ନୁପୁର ଖୋଲିଲ

  ହାତରେ କଲମ ଦେଲ

ବୁଝି ମୁଁ' ପାରିଲି କାଳିଆ ସୁନାରେ

  କେତେ ମୋତେ ପାଅ ଭଲ।


ଦୟାବନ୍ତ ହରି ମୁକୁନ୍ଦ ମୁରାରୀ

  ଏତିକି ସୁଦୟା ଥାଉ

ବଞ୍ଚି ଥିବା ଯାଏଁ ତୁମ ନାମ ମୋର

  ତୁଣ୍ଡେ ଜପାମାଳି ହେଉ।


ଭାବି ନଥିଲି ମୁଁ' କଲମ ଧରିବି

  ତୁମ ଇଛା ମତେ ଦେଲ

ଭାବନା ରାଇଜେ ଶବ୍ଦର ତରଙ୍ଗ

  ମୋ' ମାନସେ ଖେଳାଇଲ।


ଦାତା ପଣେ ଯଶ ବାନା ଉଡାଇଛ

  ଯୁଗେ ଯୁଗେ ଭାବଗ୍ରାହୀ

ରାଧିକା ରମଣ ହେ' କଳା କାଞ୍ଚନ

  କି' ଗୁଣ ବର୍ଣ୍ଣିବି ମୁହିଁ।


ଦିବା ନିଶି ମୋର ନେତ୍ରେ ନାଚୁ ଥାଉ

  ତୁମ ସେ' କଳା ବଦନ

ଏତିକି ଏ' ଭାବ ରଖି ଥିବ ପ୍ରଭୁ

  ପାଦ ପଦ୍ମେ ନିବେଦନ।


ଯାହା ଆଜ୍ଞା କଲ ତାହାତ ଲେଖିଲା

  ଶର୍ମିଷ୍ଠା ତୁମକୁ ସ୍ମରି

କୋଟି ଓଡ଼ିଆଙ୍କ ମଉଡ଼ ମଣି ହେ'

  ତୁମେ ତ' ପ୍ରାଣ ସବୁରି।


Rate this content
Log in

Similar oriya poem from Classics