STORYMIRROR

Prafulla Das

Romance

3  

Prafulla Das

Romance

ଏଥର ବର୍ଷା ପୋଖରୀ ତୁଠରେ ସେ ଝିଅଟି

ଏଥର ବର୍ଷା ପୋଖରୀ ତୁଠରେ ସେ ଝିଅଟି

1 min
177

ସାରା ରାତି ଭିଜି ଭିଜି

ସରମରେ ସରସୀ ଟା ଜୁଡୁବୁଡୁ

ଉଛୁଳା ପୋଖରୀ ତୁଠ ଏଥର ବର୍ଷାରେ

ସେ ବୋଧେ ଅପେକ୍ଷାରେ ଥିଲା

ଏଥର ତା ଚାଲିରେ ଚଞ୍ଚଳତା ଚନେ ବି ନଥିଲା

ତୁଠର ଗେଣ୍ଡା ମାନେ ଜିତି ଯାଉଥିଲେ

ତା ଥିରି ଥିରି ଚାଲିରେ ।


ସାଧବ ଵୋହୁ ମାନେ ତା ପାଦ ଅଳତାର

ଅହଂକାରରେ ଅନ୍ଧ ହୋଇ ଆକତାମାକତା

ଲୁଚୁଥିଲେ ପାଦଚଲା ପୋଖରୀ ପଥରେ

ସେ ଏଥର ନୂଆ କରି ହଳଦୀ ମଖା ମୁହଁ

ଦେଖୁଥିଲା ଦର୍ପଣ ପରି କାଚ କେନ୍ଦୁ ପୋଖରୀ ପାଣିରେ

ଫୁଲି ଉଠୁଥିବା ବେଙ୍ଗ ଫୁଲା ଭଳି

ନରମ ଚିବୁକର କଳାଜାଈ ଛାଇରେ ।


କଇଁ ଫୁଲ କଣେଇ କଣେଇ

ଚାହୁଁଥିଲା ମୁରୁକି ହସରେ

ତା ସଫେଦ ମୁହଁକୁ ଚାହିଁ

କହୁଥିଲା ଲାଜୁଆ କଥାରେ

ଏଇତ ଫୁଟିଵାର ଵେଳ

ପିନ୍ଧା ଲୁଗା ଓଦା ହେବାର ଵେଳ

ଯେତେ ହୁଡା ବାନ୍ଧିଲେ ଵି

ଉଛୁଳା ପୋଖରୀ ବୋହି ଯିବାର ବେଳ

ଏଥର ବର୍ଷାରେ ପୋଖରୀ ତୁଠରେ ସେ ଝିଅଟି

ଗଣୁଥିଲା ଭସା ବାଦଲକୁ ।


Rate this content
Log in

Similar oriya poem from Romance