STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଏନ୍ତୁଡ଼ିଶାଳ

ଏନ୍ତୁଡ଼ିଶାଳ

1 min
219

ଏନ୍ତୁଡିଶାଳ ମାେ ପ୍ରିୟ ଜନ୍ମସ୍ଥାନ

ଯେବେ ମାତୃ ଗର୍ଭୁ ହେଲି ଜାତ

ଷଠି ଠାକୁରାଣୀ ଆଶୀର୍ବାଦ ପାଇ

ମୁଁ ବୋଲାଇବି ମାତୃଭୂମି ଭକ୍ତ ।।


ଏନ୍ତୁଡ଼ି ଶାଳରେ ଉହ୍ମେଇ ନିଆଁରେ

ଆଈ ମୋର ଶରଧାରେ ସେକୁ ଥିଲା

ମାେ ମୁହଁକୁ ଚାହିଁ ପାଗେଳି ମାଆ ମାେ

ଉପରକୁ ହାତ ଯୋଡ଼ି ଦେଖୁଥିଲା ।।


ବାପା ଦାଦା ମୋର ଦୁଆର ମୁହଁରେ

ଖୁସିରେ କେତେ ଦେଖି ହସୁଥିଲେ

ଜେଜେ ବାପା ମୋର ଅଛମର ହୁଅ

ଦୂରରୁ ଆଶିଷ ବରଷାଉ ଥିଲେ ।।


ଜନ୍ମରୁ ଯାତ୍ରା ଯେ ଶେଷ ସମୟରେ

ସେଇ ନିଆଁ ହେବ ମୋର ସାଥି

ବୃଦ୍ଧ କାଳରେ ମାେ ଆଖିରେ ନାଚିବ

ଷଠି ଘର ମାଆ କୋଳ ଗାଁ ମାଟି ।।


ଏନ୍ତୁଡ଼ିଶାଳ ମାେ ମାଆ କୋଳ

ମୋ ଗାଆଁ ମାଟି ବରଓହଳ

ମଣିଷ କଲେ ମାେ ବାପା ମା

ଦେହ ମୁଣ୍ଡରୁ ନିଗାଡି ଝାଳ ।।


ମାେ ପ୍ରିୟ ଗାଆଁ ପାଣି ପବନ

ସିଞ୍ଚିଛି ମୋ ଦେହରେ ପ୍ରାଣ

ମାଟି ମାଆ ର ଆଶିଷ ପାଇ

ଜୀବନ ଆଜି ହୋଇଛି ଧନ୍ୟ ।।


ଭୁଲିବି ନାଇ ମାଆବାପାଙ୍କ ଶ୍ରମ

ମୋତେ ମଣିଷ କରିବା ଲାଗି

ବାର ବ୍ରତ ତେର ଉପାସ କରି ମା

କେତେ ରାତି ଯେ ରହିଛି ଜାଗି ।।


ଏନ୍ତୁଡ଼ିଶାଳ ନିଆଁ ଋଣର ଭାର

ମାେ ମଥା ପରେ ରହି ଥାଉ

ଶେଷ ଯାତ୍ରାରେ ସେଇ ନିଆଁରେ

ମାେ ଶରୀର ପାଉଁଶ ହେଉ ।।


ଏନ୍ତୁଡ଼ିଶାଳ ମାେ ପ୍ରଥମ ଜନ୍ମସ୍ଥାନ 

ଉହ୍ମେଇ ଘଷି ନିଆଁରେ ମାେ ଆଈ ବୁଢ଼ୀର ହାତ ସେକା

ମାେ ପୋଖତି ମାଆର ଦଶ ମାସ ଦଶ ଦିନର ଗର୍ଭ ବ୍ୟଥା

ବଡ଼ବୋଉ ଖୁଡି ମାଉସୀ ପିଉସୀ

ମାେ ଶୁଭ ମନାସି ଷଠି ମାଆ ପାଖେ ପୂଜା

ପୁତ୍ ନାମକ ନର୍କରୁ ଉଦ୍ଧାରିବା ଶାନ୍ତିରେ

ମାେ ବାପା ଜେଜେଙ୍କ ଆଖି କୋଣେ ଜାକି ହେଇଥିବା ଲୁହ

ମାେ ଭାଗ୍ୟରେ ମାେ ମାଆ ମାଟି ପାଣି ପବନ

ଦେହରେ ବଳ ଥାଇ ମାତୃଭୂମି ପାଇଁ ମାେ ଜୀବନ ଯାଉ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational