STORYMIRROR

subrat kumar jena

Inspirational

3  

subrat kumar jena

Inspirational

ଏମିତି କଥାକାରଟିଏ

ଏମିତି କଥାକାରଟିଏ

1 min
230


ସେ ଏମିତି କଥାକାରଟିଏ,

ନିଜ ଇଚ୍ଛାରେ ବାନ୍ଧିପାରେ ମନକୁ,

ଶୁଖିଲା ଶୁଖିଲା ଖରା ବେଳଟାରେ,

ବୁନ୍ଦା ବୁନ୍ଦା ଝରାଇପାରେ ବର୍ଷା,

ସେ ମାଟିକୁ କରିପାରେ ନାୟିକା,

ନିଜକୁ ହଜାଇପାରେ ,

ତା ରୂପ ଲାବଣ୍ୟକୁ ବର୍ଣ୍ଣନା କରୁ କରୁ ।


ଅବଶ୍ୟ ବେଳେ ବେଳେ ହୋଇଯାଏ,

ଅସହିଷ୍ଣୁ !

କେମିତିବା ନହେବ ଭାବିଲେ,

ସବୁରି ଶେଷରେ ସେ ବି ଜଣେ ମଣିଷ,

ଲୁହ ଲହୁକୁ ଏକତ୍ର କରି ସେ ଗଢ଼ା,

ସେମିତିରେ କଣ ତାର ଭାବନା ରହିବନି,

ଅନ୍ୟ ଲାଗି ଗପର ତାଜମହଲ ତିଆରି କରୁ କରୁ,

ଅଜାଣତରେ ସେ ଗଢିଦିଏ ନିଜ ଲାଗି ଗୋଟିଏ,

ଅନେକ ସ୍ବପ୍ନ ଦେଖି ଦେଖାଏ ।


କିନ୍ତୁ ଏ ଦଇବ ବଡ଼ ବିଚିତ୍ର,

ଅଚନାକ ତାସ ପତି ଭଳି ଭୁଶୁଡିଯାଏ,

ତା ସ୍ୱପ୍ନର ତାଜମହଲ,

କେବଳ କେତେ ଜଣ କୁଟିଳ ଙ୍କ ଲାଗି,

ଏଥିରେ ତ ପତିକ୍ରିୟା ଆସିବା ସ୍ୱାଭାବିକ,

ତଥାପି ନିଜକୁ ସମ୍ଭାଳେ,

ଅନେକ କ୍ଷୟ କ୍ଷତି ଧ୍ବଂସର ସ୍ତୁପ ଉପରେ,

ଚେଷ୍ଟା କରି ଗାଢ଼େ ଅଷ୍ଟମ ଆଶ୍ଚର୍ଯ୍ୟ,

ଶେଷରେ ତାକୁ ଶୁଣିବାକୁ ମିଳେ,

ସ୍ୱାର୍ଥପର,କାମାନ୍ଧ,ବାଚାଳ ର ନାମବାଚକ ଉପାଧି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational