STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଏମିତି କାହିଁକି ହୁଏ?

ଏମିତି କାହିଁକି ହୁଏ?

1 min
497

ପାପୀ ଯଦି ଯାଏ ନରକପୁରକୁ

ଏତେ ବଲାତ୍କାରୀ ସମାଜେ କାହିଁ?

ଚୋର, ଅପରାଧୀ ନିର୍ଭୟେ ବୁଲନ୍ତି

ମଣିଷପଣିଆ ମରୁଛି କାହିଁ?


ଘାସ ଖାଇ ପଶୁ ଗରବେ ଜିଉଁଛି

ମଣିଷ ମାରୁଛି ମଣିଷ କାହିଁ?

ମିଥ୍ୟା ଅହଂକାର କ୍ରୋଧ ଅପବାଦେ

ବିବେକକୁ ହତ୍ୟା କରୁଛି କାହିଁ?


ସତ୍ୟର ସାରଥୀ ଫାଶୀ ପାଏ ସଜା

ଲମ୍ପଟକୁ ଲୋକେ ବାଛନ୍ତି ରାଜା

କୁକୁର ସ୍ୱଭାବେ ମଣିଷ ଚେହେରା

ଧର୍ମର ମନ୍ଦିରେ ପାଆନ୍ତି ପୂଜା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract