ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନି
ଏମିତି ହୁଅନ୍ତା ନି ସବୁ କଥା ଚାଲି ଚଳନ
ବୁଦ୍ଧି ବିବେକ ସବୁ ନିସ୍ୱାର୍ଥ ପର ହୁଅନ୍ତା ।
ରାଗ ରୁଷା ଅଭିମାନ ବୋଲି କିଛି ବି ନ ଥାନ୍ତା
ଆଉ କାହାର ପ୍ରସଂଶାରେ ମନେରେ
ଅହଂଙ୍କାରର ନିଆଁ ନ ଜାଳି ତା ପାଇଁ ଆତ୍ମ ଖୁଶି ହୁଅନ୍ତା ।
ସବୁ କଥା ରେ ମୁଁ!! ମୋର !!ନଥାଏ ଆମେ ରହିଲେ
କେମିତି ହୁଅନ୍ତା ବୋଧେ ଦୁଃଖ କୁଆଡେ ଉଭେଇ
ଯାଆନ୍ତା!!
ତୋର ମୋର ଆଉ ରୁହନ୍ତା ନାହିଁ !!
ଧନୀ ଗରିବ ବଡ଼ ସାନର ଭେଦଭାବ ଟଙ୍କାରେ ନୁହେଁ ମନରେ ଗଣା ହୁଅନ୍ତା ସତେ
ସେମିତି କଣ ଗୋଟେ ପୃଥିବୀ ଅଛି ???
ଯେଉଁଠି ବିନା ପ୍ରଶ୍ନରେ ସମସ୍ୟାର ସମାଧାନ
ଖୁବ ସରଳ ଭାବେ ହେଇ ଯାଆନ୍ତା।
ପ୍ରକୃତ ରେ ଏମିତି ହୁଅନ୍ତା କି ପୃଥିବୀଟି
ମାୟା ମୋହ ,ଛଳ କପଟ ରାଗ ରୁଷା ଆଉ
ଅଭିମାନ ଶୂନ୍ୟ!!!