STORYMIRROR

Bijaya Panda

Romance

4  

Bijaya Panda

Romance

ଏମିତି ବି ପ୍ରେମ ହୁଏ !!

ଏମିତି ବି ପ୍ରେମ ହୁଏ !!

1 min
370

ତୁମେ,

ନା ଥିଲ ଅପୂର୍ବ ସୁନ୍ଦରୀ

କି ରାଜହଂସୀ ପରି ନଥିଲା ତୁମ ଚାଲି

ନା ଥିଲା ତୁମ କଥା ଯଦୁକାରୀ

ନା ଧନ ଦୌଲତର ପାହାଡ଼

କାହିଁକି ବା କେହି ଚୋରେଇ ଥାନ୍ତା ମନ !


ମୁଁ,

ନା ଥିଲା ମୋର ହିରୋ ପରି ଚେହେରା

ନା ମୋ ପାଖେ ଥିଲା ହାୟାଭୂଷା ର ଗାଡ଼ି

ନା ପ୍ରଭାବିତ କରିବାର କୌଣସି କଳା

କିଏ ବା ମନ ଚୋରେଇ ଥାନ୍ତା


ତୁମେ,

କେଜାଣି କାହିଁକି

ମୋତେ ପସନ୍ଦ କଲ

ସେ କଥା ଆଜି ବି ମୋତେ ଅଜଣା

କୌତୁହଳରେ ପକାଏ ଏବେବି ଏ ପ୍ରଶ୍ନ

ବୋଧହୁଏ ବୁଝିପାରିଥିଲ ମୋ ହୃଦୟ ଭିତରଟାକୁ

ମାପି ପାରିଥିଲ ମୋ ସମ୍ଭାବିତ ପ୍ରେମର ଗଭୀରତା

ନିରାଡ଼ମ୍ବର ନିରୀହ ମନଟିକୁ

ବିଂଶ ଶତାବ୍ଦୀର ଏ ପାର୍ଥିବ ରଙ୍ଗିନ ଦୁନିଆଁରେ

ରଙ୍ଗବିହୀନ ଲୋକ ଗୁଡ଼ାକୁ କିଏ ବା କାହିଁକି ପଛରେ !


ଆମେ,

ଦୁହିଁଙ୍କର ଯଦିଓ ନିତି ଦେଖାହୁଏ କଲେଜରେ

ନ କେବେ ପାଖା ପାଖି ବସନ୍ତି

ନା ପାର୍କ ନା ଆଇସକ୍ରିମ ପାର୍ଲର୍ ଯାନ୍ତି

ନା ତୁମେ ଦେଇଛ ମୋତେ

କିଛି ଖାସ୍ ଉପହାର

ନା ଥିଲା ତୁମର ଦାବି କିଛି ନା ମୋର

ନିସର୍ତ୍ତ ସାଥିଟିଏ, ସଙ୍ଗିନୀ ଟିଏ

ଚାହିଁ ଥିଲ ତୁମେ ଆଉ ମୁଁ ବି


ତୁମେ,

କରୁଥିଲ ଲାଜ, ଥରୁଥିଲା ଛାତି

କହିବାକୁ ତୁମ ମନର କଥା

ତୁମର ଈପ୍ସିତ ମଣିଷକୁ

ଜାଣିନି ତୁମ ପ୍ରେମର ସୃଷ୍ଟି କେଉଁଠି

ମୋ କବିତାର ଦରଦୀ ହୃଦୟରୁ !

ନା ଗଳ୍ପର ସରଳ ଚରିତ୍ରରୁ !

ବେନାମୀ ଚିଠିଟିଏ ଲେଖିଥିଲ

ଭାବିଥିଲ ମୋତେ ଜୀବନ ସାଥି କରିବ


ମୁଁ,

ବୁଝି ଯାଇଥିଲି ତୁମ ପରିଚୟ

ତୁମ ବିନା ମୋତେ ଆଦରିବାକୁ ଆଉ ଥିଲା କିଏ ଯେ !

କିନ୍ତୁ କେମିତି ହେଇପାରିଥାନ୍ତି ତୁମ ମାନସ ପଟର ନାୟକ ?

ମୁଁ ମୋ ନିଜପାଦରେ ଛିଡ଼ା ହେବା ପୂର୍ବରୁ

ଚିର ଦିନ ତୁମ ହାତ ଧରିବାର ହକ ଦାର ହେଇ ପାରିଲିନି

ନିଜ ପରିଚୟ ଖୋଜୁ ଖୋଜୁ

ତୁମର ଠିକଣା ସବୁଦିନ ପାଇଁ ହଜାଇଦେଲି ମୋ ହୃଦୟରୁ


ତୁମେ,

ଚିଠିଟିଏ ଲେଖିଥିଲ ଶେଷଥର ପାଇଁ

ତୁମ ବାହାଘରର ଖବର ଦେବାକୁ

ଚିଠିଟି ରେ ନା ଖୁସି ଥିଲା ନା ଦୁଃଖ

ଭଗବାନଙ୍କ ପ୍ରଦତ୍ତ ଏଇ ଜୀବନରେ

ତାଙ୍କ ନିର୍ଦେଶରେ ଯାହା ହେଉଛି

ତାଙ୍କୁ ମୁଣ୍ଡପାତି ସହିନେବା ଧର୍ମ ବୋଲି ଲେଖିଥିଲ


ଆମେ,

ଥିଲେ ଏମିତି ଏକ ପ୍ରେମୀ ଯୁଗଳ

ବାଣ୍ଟିନେଇଥିଲେ ସ୍ମୃତି

ଅଳ୍ପ ଦିନର ପ୍ରେମ

ସ୍ୱଳ୍ପ ସମୟର ଦେଖା

ଅଧା ଅଧୁରା ସ୍ଵପ୍ନ

ଛାତି ଭରା କୋହ

କାନ୍ଦି କାନ୍ଦି ଶୁଖି ଯାଇଥିବା ଲୁହ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance