Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଏଲିଏନ୍ ଫିଭର୍

ଏଲିଏନ୍ ଫିଭର୍

1 min
197


କେତେ କଥା ସବୁ କିଏ କହୁଛନ୍ତି 

ଏଲିଏନ୍ ବିଷୟରେ ।

କିଏ କହେ ସିଏ ସମୁଦ୍ରରେ ରହେ 

କିଏ ମଙ୍ଗଳ ଗ୍ରହରେ ।୧।


କିଏ କହୁଛନ୍ତି ମଣିଷ ପରି ସେ

ବସବାସ କରୁଛନ୍ତି ।

କିଏ ସେ କହୁଛି ବହୁ ଶକ୍ତିଶାଳୀ 

ମଣିଷଠୁ ସେ ଅଟନ୍ତି ।୨।


କିଏ କହୁଅଛି ଏଲିଏନ୍ ଏକ 

ପରଜୀବି ଜୀବଟିଏ ।

ହାତ ଗୋଡ ଆଖି କେତେ ତାର

ଅଛି କହି କି ପାରିବ କିଏ ?୩।


ଚଳଚ୍ଚିତ୍ରେ ଦେଖି ଏଲିଏନ୍ ଲୋରା 

ଭଲ ପାଇଗଲା ତାକୁ ।

ନିଜ ମନ କଥା କାହାକୁ ନକହେ

ବୁଝାଏ ନିଜ ମନକୁ ।୪।


ବଜାରରୁ ଦିନେ ଏଲିଏନ୍ ଦେଖି

କିଣି ଫେରିଲା ଘରକୁ ।

ପାଖରେ ରଖିଲା ଅତି ସରାଗରେ 

ଆଦର କରିଲା ତାକୁ ।୫।


ଖେଳିଲା ବୁଲିଲା ତାକୁ ସଙ୍ଗେ ନେଇ 

ସବୁ କଥା ପାଶୋରିଲା ।

କି ପାଠ ପଢିବ ପାଠପଢା କଥା 

ମନରୁ ସେ ଭୁଲିଗଲା ।୬।


ଏଲିଏନ୍ ଏବେ ହୋଇଛି ନିଜର 

ବନ୍ଧୁ ସଖା ସହୋଦର ।

ତାକୁ ନ ଦେଖିଲେ ଘଡିଏ ତା ମନ

ନମାନି ହୁଏ କାତର ।୭।


ସଭିଏଁ ଜାଣିଲେ ତାଙ୍କ ଲୋରା ଏବେ 

ଏଇ ଏଲିଏନ୍ ପୀଇଁ ।

ପାଠଶାଠ ସବୁ ଛାଡିଛୁଡି ତାର

ପ୍ରେମରେ ହୋଇଛି ବାଇ ।୮।


ଏଲିଏନ୍ ଫିଭର୍ ବଡ ଭୟଙ୍କର 

ସଭିଏଁ ଜାଣିଲେ ଏବେ ।

ଶପଥ କରିଲେ ଏଲିଏନ୍ ପ୍ରେମରେ 

ଆଉ ନପଡିବେ କେବେ ।୯।



Rate this content
Log in

Similar oriya poem from Inspirational