ସନ୍ତାପିତ ହୃଦେ ଡାକୁଛି ମା’
ସନ୍ତାପିତ ହୃଦେ ଡାକୁଛି ମା’


ଜୟ ମା’ ବାସନ୍ତୀ ଦୂର୍ଗା ଜଗତ ତାରିଣୀ
ନବ ରାତ୍ରେ ହୁଅ ମାଗୋ ସଂସାର ଭ୍ରମଣୀ ।
ନିଜ ଗୃହେ ବନ୍ଦୀ ଭୟେ ଅଦରୁଶ୍ୟ ବ୍ୟାଧି
ତ୍ରାହି ତ୍ରାହି କରେ ମହୀ ତୁମକୁ ଆରାଧି ।
ବିଶ୍ୱ ସନ୍ତାପିତ ହୃଦେ ଡାକୁଅଛି ଗୋ ମା’
ଯୁଗେ ଯୁଗେ ପ୍ରସିଦ୍ଧ ଯେ ତୁମରି ମହିମା ।
ମହାରଥୀ ସାଜିଥିଲେ ତମ ଅହଂକାରେ
ପ୍ରକୃତିକୁ ହେୟ ଜ୍ଞାନ କଲେ ବ୍ୟବହାରେ ।
କୃତ କର୍ମେ ଲିପ୍ତ ପ୍ରାୟେ ହେବାକୁ ବିନାଶ
ଦିଅ ସଦବୁଦ୍ଧି ମା’ ଗୋ ଦେଇଣ ପ୍ରକାଶ l
କରୋନା ଭୟ ଆକୁଳେ ଜଗତ ତପତ
କରୁଣା ମା’ ଝରୁ ତୁମ ମରତେ ତ୍ୱରିତ ।