STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଠାକୁର କଳି

ଠାକୁର କଳି

1 min
174


ଆସ ଦେଖିବା ଠାକୁର କଳି

ଭକ୍ତ ଠାରୁ ସେ ଶୁଣେ ନୀତି ଗାଳି

ସେ କଳି ଦାଣ୍ଡ କୁ ଶୁଭୁଛି

କଳି ରେ ପୁଣି ପ୍ରେମ ଲୁଚିଛି ।


ତୁମେ ଛାଡି ଗଲ ଲକ୍ଷ୍ମୀ ମାଆଙ୍କୁ

ହେରା ପଞ୍ଚମିରେ ଗଲେ ରଥ ଭାଙ୍ଗିବାକୁ

ଲକ୍ଷ୍ମୀ ଙ୍କ ମନ ଭାରି ଦୁଃଖ ହୋଇଲା

ତେଣୁ ଆଜି ଠାକୁର କଳି ଲାଗିଲା ।


ଲକ୍ଷ୍ମୀଙ୍କୁ ତୁମେ ଏତେ ଭଲ ପାଉଛ

ହେଲେ ଲକ୍ଷ୍ମୀଙ୍କୁ ଛାଡି କେମିତି ଯାଉଛ

ତୁମ ବାଟ ଲକ୍ଷ୍ମୀ ଚାହିଁ ଛନ୍ତି

ଅଭିମାନି ଲକ୍ଷ୍ମୀ କଳି କରିବେ ଭାବିଛନ୍ତି ।


ଆଉ କଳି କର ନାହିଁ ଜଗତ ଜନନି

ସାଥେ ମୋ ଅଛନ୍ତି ଭାଇ ଭଗିନୀ

ରସ ଗୁଲା ତୁମକୁ ଖୁଆଇ ଦେବି

ଲକ୍ଷ୍ମୀ ଦେବି ତୁମ ମାନ ଭଂଜନ କରିବି ।


ଭାଇ ଭଉଣୀ ସାଥେ ନେଇ ଗୁଣ୍ଡିଚା ଘରେ ରହିଲ

ଛଅ ଦିନ କଣ୍ଟ କରି ନଅ ଦିନେ ଫେରିଲ

ତୁମ ପ୍ରାଣ ପ୍ରିୟା କୁ ଛାଡି ଯାଇ ଥିଲ

ଠାକୁର ତୁମ କଳି କୁ ଶୁଣାଇ ଦେଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational