ଏକୁଟିଆ
ଏକୁଟିଆ
ଏକୁଟିଆ ରହିବାକୁ ଚାହେଁ
କୋଳାହଳ ଏବେ ଭଲଲାଗେନାହିଁ
କେମିତି ବଦଳିଗଲା ଏ ମନ
ଯେତେବଳେ ଛୋଟଥିଲି
ଦଶବର୍ଷ ପରେ ବୋଧେ ହେବ
ଖେଳିବାକୁ ଦିନରାତି ମନକରୁଥିଲି
ସ୍କୁଲଛୁଟି ହେଲେ ମୋ କପଡାର ପେଣ୍ଡୁ ଧରି
ନିଜେନିଜେ ଖେଳୁଥିଲି
କିମ୍ବା ପୁରୁଣା ସାଇକେଲ ଟାୟାଡ଼ କୁ ବାଡ଼ି ପିଟି
ଗାଡି ଗଡାଉଥିଲି ତ ନଈନାଳ ବଂଧ
ସବୁ ମୋପାଖରେ ହାରିଯାଉଥିଲେ
ଲଫଙ୍ଗା ଟେ ବୋଧେଭାବୁଥିଲେ
ସାଙ୍ଗ ସାଥି ମେଲ ଲୋଡ଼ା ଥିଲା
ଘରେ ଗଣ୍ଡେ ଖାଇଦେଇ ଆତାହା ଘର
ମନଇଚ୍ଛା ବୁଲୁଥିଲି
ସମସ୍ତଙ୍କ ସଂଗେ ରହିବାକୁ ଭଲପାଉଥିଲି
ଯୁବକ ରୁ ପ୍ରାପ୍ତ ପାଣିପାରି ବୟସ ର ସ୍ରୋତ
ଗଡିଯାଇ ଏବେ ଶୁଷ୍କ ସରସ୍ୱତୀ
ଅନ୍ତସତ୍ୱ। ଧାରା,କେକହିବ କାହିଁକି କିପରି
ନଦୀସବୁ ଶୁଖିଯାଏ,ପର୍ବତର ବନାନୀ ବି
ଲିଭିଯାଏ ଅକାରଣେ
ଏବେ ମନଶାନ୍ତି କିନ୍ତୁ ତୃପ୍ତି ନାହିଁ ନଜରରେ
କେତେବେଳେ କବିତା ମୋହରେ
କି ଖୋଜୁଥାଏ ଶବ୍ଦସବୁ ବାଲିରଗଡାରେ
ସାଳଗ୍ରାମ ନେଇ ପୁଜିବାକୁ ମୋର
ଠାକୁର ଘରେ
