STORYMIRROR

Ranita Swain

Romance

2  

Ranita Swain

Romance

ଏକୁଟିଆ ବେଳେବେଳେ ଭାରି ଭଲ ଲାଗେ

ଏକୁଟିଆ ବେଳେବେଳେ ଭାରି ଭଲ ଲାଗେ

1 min
13.3K


ଏକୁଟିଆ ବେଳେବେଳେ ଭାରି ଭଲ ଲାଗେ

ନିଜ ସହ କେବଳ ନିଜେ

ଏକ ନିଆରା ଦୁନିଆଁ

ଏ ସୁଯୋଗ କଣ ସହଯରେ ମିଳେ?


ଯେବେ କେବେ ବି ମିଳେ ,ମୁଁ ବିଭୋର ହୁଏ

ମୋ ନିଜ ଭିତରେ....

ଢେର୍ କିଛି ଗପେ ଏକ ନିଶ୍ବାସରେ

ବିତିଥିବା ସମୟର ସ୍ମୁତି ଝୁଲାମୁଣିଟି

ଝାଡିଝୁଡି ଦିଏ ନିଜ ଆଗରେ

ସାଇତା ସୁଖ ଦୁଃଖର ଗଣ୍ଠିଲି ଆପେ ଆପେ ଫିଟି ଯାଇ

ଏଣେ ତେଣେ ବୁଣି ହୋଇ ଯାଏ,ତାକୁ

ସାଉଁଟି ଅଣ୍ଟିରେ ପୁରାଏ

ହସି ହସି ଗଡି ଯାଏ ,କେବେ ପୁଣି

ଅଜଣାତେ ଦୁଇ ଲ୍ଧୁହ ଧାର ଗାଲରେ ସୁଖି ଯାଏ

ଆଇନାରେ ଆଖି ତଳେ ପଡିଥିବା କଳାଦାଗ ଦେଖି

ସେ ତୋଫା ମୁହଁଟା କଥା ଭାରି ମନେ ପଡେ ||


ଅଜଣାତେ ଆଖି ଲାଗି ଯାଏ

ସେତେବେଳେ ସିଏ ଅାସି କୁହନ୍ତି

ସେତେବେଳୁ ଏକୁଟିଆ କଣ କରୁଛ

ଯାଅ ଚା କପେ ଆଣ

ନିଦ ଭାଙ୍ଗି ଯାଏ, ବିରକ୍ତ ନୁହେଁ....ଅଭିମାନରେ ମନେ ମନେ କୁହେ

ଧେତ୍ ଆଉ ଘଡିଏ ଏକୁଟିଆ ଛାଡିଥିଲେ

ହୋଇ ନଥାନ୍ତା...

ତୁମକୁ ଆଉ ପାରି ହେବନି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance