STORYMIRROR

Ranita Swain

Inspirational

2  

Ranita Swain

Inspirational

ଜହ୍ନ ଗୋ ଫୁଲ ବଉଳ ବେଣୀ

ଜହ୍ନ ଗୋ ଫୁଲ ବଉଳ ବେଣୀ

2 mins
12.7K



ସତରେ ଏ କୁଆଁର ପୁନେଇଁ ଜହ୍ନଟା

କେତେ ଫୁଲେଇ ସତେ...?

ଦେଖୁନ ସଜବାଜ ହୋଇ କେତେ ଝଟକୁଛି....?

ତାର ଏ ମଲ୍ଲୀ ଫୁଲିଆ ଧଳା ଫରଫର ହସରେ

କେତେ ଯେ ରସିକିଆ କବି ତା ପ୍ରେମରେ ଆଜି ପଡିବେ

ତାର କି ଠିକଣା ଅଛି....?

ହେଲେ,,,ଏ ସହର ପୁନେଇଁର ଜହ୍ନଟା ମୋ ଗାଁ ଜହ୍ନ ଠାରୁ କେତେ ଉଦାସିଆ ସତେ ।

ମୋ ପିଲାଦିନର ମୋ ଗାଁ କୁଆଁର ପୁନେଇଁ ଜହ୍ନ,

ଆଃ....କେତେ ସୁନ୍ଦରୀ ଥିଲା...

ତାକୁ ଦେଖି ଆମ ଗାଁ ସଦା ଭାଇ ଭାଉଜଙ୍କୁ ଜହ୍ନ ଡାକୁଥିଲେ ପରା,,

ଆଉ....ସେ ବିଦେଶୀ ଫେରନ୍ତା ଦୀପକର,

ଆମ ଗାଁଆ ର ନିପଟ ମଫସଲି ଚାନ୍ଦ ସହ ପୁନେଇଁ ରାତିରେ, ପ୍ରେମ ହୋଇଥିଲା,,,

ଚାନ୍ଦ ଲାଜ ସର ସର ହୋଇ ଆସି ମୋତେ ପଚାରିଲା

ଆଲୋ ବେଙ୍ଗୁଲି,i love you darling ମାନେ କଣ କି,?


ମୁଁ କହିଲି ମୁଁ ତୁମକୁ,ଭଲ ପାଏ,

ଲାଜେଇ ଯାଇ,ହସିଦେଲା, ସେ।

ଦଶହରା ଠାରୁ ପୁନେଇଁ ପର୍ଯ୍ୟନ୍ତ,ସାରା ରାତି ଫୁଲ ବଉଳ ବେଣୀ ଗୀତ,

ପାଳଭୂତ,ହୋଇ ଗାଁ ଟୋକା ଙ୍କର ଯୋଉ ନାଟ...

ପୁନେଇଁ ଦିନ ସକାଳୁ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେଲା ବେଳେ

ହୁଳହୂଳୀ ଶବ୍ଦ ରେ କମ୍ପୁଥିଲା ପୁରା ଗାଁ,,,

ସଞ୍ଜ ହେଲେ ଝିଅ ମାନେ,ରଙ୍ଗ ବିରଙ୍ଗୀ ପୋଷାକରେ ସଜେଇ ହୋଇଥାନ୍ତି,,,ସତେ ଯେମିତି ସୁନ୍ଦର,ସୁନ୍ଦର ପ୍ରଜାପତି,

ନୂଆ ନୂଆ ବାହା ହୋଇ ଫେରିଥିବା ଝିଅ ମାନଙ୍କ, ଶାଶୂ ଘରୁ ଆସିଥିବା ଉଖୁଡା,ମିଠେଇ ଭାର,

ସେଥିରେ,ପୁଣି ପ୍ରତିଯୋଗୀତା କାହା ଶାଶୂ ଘରୁ ଭଲ ଉଖୁଡା ଆସିଛି,

ପୁଣି ସମସ୍ତଙ୍କ ଚଉରା,,ମୂଳେ,ପୂଜା....

ଘଣ୍ଟ ହୁଳହୂଳୀରେ ଗାଁ ମୁଖରିତ,

ଶେଷରେ ନଦୀ କୂଳକୁ ଯାଇ,ଜହ୍ନକୁ ଅନେଇ,,,

ଅର୍ଘ୍ୟ,ଦେବା,ଆଉ ଉଖୁଡା ଖିଆ,,ସତରେ ଅବିସ୍ମରଣୀୟ,

ପ୍ରତି କୁମାର ପୂର୍ଣୀମା ରେ

ଏ ସହରର ଜହ୍ନଟା ସଜେଇ ହୁଏ ସତ

କିନ୍ତୁ କେଜାଣୀ କାହିଁକି,ଉଦାସିଆ ରୁହେ,

ସତେ ଯେମିତି,ତା ପ୍ରେମିକ, ସେଇ ଗାଁ ଜହ୍ନ କୁ ଅପେକ୍ଷା

କରିଥାଏ,କେବେ ଆସି ସେ କନିଆଁ ସଜେଇ ତା ହାତ...

ଧରି ନେଇଯିବ.... ଗାଁଆକୁ.... ||


ରନିତା ସ୍ୱାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational