STORYMIRROR

Ranita Swain

Inspirational

2  

Ranita Swain

Inspirational

ସମୟ

ସମୟ

1 min
13.9K



ଟିକ୍ ଟିକ୍ କରି...ଆଗକୁ ବଢି ଚାଲି ଥିଲା

କାନ୍ଥ ଘଣ୍ଟାର ଘଣ୍ଟା କଣ୍ଟା,,

ବିରକ୍ତ ଲାଗୁଥିଲା ମୋତେ

ଭାବୁଥିଲି,,ଏ ସମୟଟା ବି ଦାଉ ସାଧୁଛି ମୋ ସହ,,

ମୋର ରୋଷେଇ ସରିନି

ତାଙ୍କ ଅଫିସ୍ ଯିବା ଟାଇମ୍ ହୋଇ ଗଲାଣି

ଟିକିଏ ଆହିସ୍ତା ଚାଲିଲେ ହୁଅନ୍ତା ନି।

ଆଉ ସଂଧ୍ୟା ବେଳେ ଯଦି ତାଙ୍କ ର ଅଫିସ୍ ରୁ ଫେରିବା

ଡେରି ହୁଏ...

ପୁଣି କାନ୍ଥ ଘଣ୍ଟାକୁ ଦେଖି ବିରକ୍ତିରେ ଗାଳି ଦିଏ,

ଭାରି ତ ସକାଳେ ତରତର ହୋଇ ଦଉଡୁ ଥିଲୁ,

ଏବେ ଏତେ ଧୀରେ କାହିଁକି?

ଏବେ ଟିକେ ଦଉଡିଲେ ହୁଅନ୍ତା ନି,

ଏକୁଟିଆ ବୋର୍ ଲାଗୁଛି,

ଏବେ ଭାବିଲେ ହସ ଲାଗେ,

ସମୟର ଗତିପଥ କେବେ ବଦଳେନି....

ତା ଅନୁସାରେ ଆମ ବେଗ କୁ ବଦଳେଇବା କୁ ପଡେ...।



ରନିତା


Rate this content
Log in

Similar oriya poem from Inspirational