STORYMIRROR

Ranita Swain

Abstract

2  

Ranita Swain

Abstract

ଆଉ ଥରେ

ଆଉ ଥରେ

1 min
12.5K


ଆଉ ଥରେ ଭେଟ ହୁଅନ୍ତା କି ତୁମ ସହ

ମିଛି ମିଛିକା ସ୍ବପ୍ନରେ

ସତ ସତିକା...ଏକାନ୍ତରେ,

ଯେତେ ସବୁ ସାଇତିଛି ଆବେଗର କୋହକୁ

ହୃଦୟ ପେଡିରେ,

ଫିଟେଇ ଦିଅନ୍ତି...ତୁମରି ଆଗରେ

ହୁଏତ ତୁୁମେ ମିଛି ମିଛିକା...ସରାଗରେ ଫୋଛି ଦିଅନ୍ତ

ମୋ ଆଖିର ଲୁହକୁ

ଅଥବା ସତ ସତିକା...ପିଇ ଯାଅନ୍ତ

ସବୁ ଲୁହ ଆଉ କୋହକୁ,

କିଛି ତ କୁହନ୍ତ,,

କିଛି ମିଛି ମିଛିକା

ଆଉ କିଛି ସତ ସତିକା,,

ମୁଁ ବି,,

ନିଜକୁ ବୁଝେଇ ଦିଅନ୍ତି

କିଛି ମିଛି ମିଛିକା,,,ଆଉ କିଛି ସତ ସତିକା,,,,


ରନିତା ସ୍ବାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract