STORYMIRROR

Ranita Swain

Romance

2  

Ranita Swain

Romance

ଅଧା ସ୍ୱପ୍ନ

ଅଧା ସ୍ୱପ୍ନ

1 min
13.4K


ସକାଳୁ ସକାଳୁ ନିଦ ଭାଙ୍ଗିଲା ପରେ

ଅଳସ ଆଖିର ଅଭିମାନ

ନିଦ ଉପରେ,

ଆଉ ଘଡିଏ ରହିଥିଲେ ହୋଇ ନଥାନ୍ତା।

ଏ ଅଧା ଅଧୁରା ସ୍ବପ୍ନଟା ହୁଏତ

ପୁରା ହୋଇ ଯାଇଥାନ୍ତା ||


ଫି ଦିନ ପାହାନ୍ତିଆର ଥର ଥରୁଆ ଶୀତରେ

ସ୍ବପ୍ନଟା ବି କମ୍ବଳ ଟେକି ଆଖିର ଅଳସକୁ ଭାଙ୍ଗେ

ଥରି ଉଠେ ମନ ଆଉ ପ୍ରାଣ

ହେଲେ କିଛି ନକହି

ରାତି ନ ପାହୁଣୁ ଛୁ

ସୂରୁଜ ବି ଘଣ୍ଟି ବଜାଏ....ସମୟର

ଆଉ ଏକ ନୂଆ ଦିନର

ସକାଳୁ ସଞ୍ଜ ଯାଏ ଏପଟ ସେପଟ....ଭିତରେ

ବାରମ୍ବାର ମନ ଭିତରକୁ ପଶିଆସେ

ଅଧା ଅଧୁରା ସ୍ବପ୍ନ ଆଉ

ପୁଣି ରାତିର ପ୍ରତୀକ୍ଷାରେ.....ବ୍ୟାକୁଳିତ ହୁଏ ମନ ||


ସଞ୍ଜ ଯାଇ ରାତି ହୁଏ

ସମୟ ସୂଚେଇ ଦିଏ,

ଆଉ ଗୋଟିଏ ଦିନ ଖସି ଯାଏ ଆୟୁଷ ମୁଠା ରୁ

କ୍ଲାନ୍ତ ମନ ଆଉ ଶରୀର ଆଶ୍ରୟ ନିଏ ନିଦ କୋଳରେ

ଅଲାଜୁକୀ ସ୍ବପ୍ନ ପୁଣି ଆସେ

ମନକୁ ଅଥୟ କରେ

ରାତି ପାହି ଯାଏ

କେଜାଣି କାହିଁକି....ଫି ଦିନ

ଏମିତି ହୋଇ ଥାଏ

ସ୍ବପ୍ନଟି ପୁରା ହେଉ ହେଉ

ସେଇ ଆଖିରେ ଅଧା ରହି ଯାଏ ||



ରନିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance