STORYMIRROR

Ranita Swain

Others

2  

Ranita Swain

Others

ସ୍ବପ୍ନଟା ବି ଭାରି ଅମାନିଆ

ସ୍ବପ୍ନଟା ବି ଭାରି ଅମାନିଆ

1 min
13.5K


ସ୍ବପ୍ନ ଟା ବି ଭାରି ଅମାନିଆ

ନା ରାତି ଦେଖେ ନା ନିଦ,,

ଆଖି ଖୋଲା ଥାଉ କି ବନ୍ଦ ଥାଉ

ଧୁ ଧୁ ଖରାବେଳ ହେଉ କି

ମୁଁହ ସଞ୍ଜ ବେଳ ହେଉ

ତା'ର କି ଯାଏ ଆସେ,,

ସେ ତ ସଞ୍ଚରି ଯାଏ ହୃଦୟରେ

ଆବୋରି ବସେ ମନ ଭିତରେ ସେହି ସ୍ବତନ୍ତ୍ର ଯାଗାକୁ

ଯୋଡି ଦିଏ ଗୋଟିଏ ପରେ ଗୋଟିଏ ସରାଗର

ଇଟ୍ଟା ଖଣ୍ଡ ସବୁ

ସମ୍ପର୍କଟେ ବାନ୍ଧିବାକୁ

ସେ କଣ ଯାଣେ,ଯଦି ଅଜଣାତେ

ହାତ ବାଜି ଯାଇ,ଟିକିଏ ଆଘାତ ହୁଏ

ଭୁଷୁଡି ପଡେ ଖଣ୍ଡ ଖଣ୍ଡ ହୋଇ ସବୁ ସରାଗ,,

ତଥାପି ସେ କଣ ବୁଝେ

ଏ ଗହନ କଥାକୁ

ସେ ତ ଭାରି ଅମାନିଆ,,,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍