STORYMIRROR

Ranita Swain

Others Romance

2  

Ranita Swain

Others Romance

ଆଉ ଥରେ ଭେଟ ହୁଅନ୍ତା କି ତୁମ ସହ

ଆଉ ଥରେ ଭେଟ ହୁଅନ୍ତା କି ତୁମ ସହ

1 min
13.7K


ଆଉ ଥରେ ଭେଟ ହୁଅନ୍ତା କି ତୁମ ସହ

ମିଛି ମିଛିକା ସ୍ଵପ୍ନରେ

ସତ ସତିକା....ଏକାନ୍ତରେ.

ଯେତେ ସବୁ ସାଇତିଛି ଆବେଗର କୋହକୁ

ହୃଦୟ ପେଡିରେ.

ଫିଟେଇ ଦିଅନ୍ତି....ତୁମରି ଆଗରେ

ହୁଏତ ତୁମେ ମିଛି ମିଛିକା....ସରାଗରେ ଫୋଛି

ଦିଅନ୍ତ

ମୋ ଆଖିର ଲୁହକୁ

ଅଥବା ସତ ସତିକା...ପିଇ ଯାଅନ୍ତ

ସବୁ ଲୁହ ଆଉ କୋହକୁ.

କିଛି ତ କୁହନ୍ତ..

କିଛି ମିଛି ମିଛିକା

ଆଉ କିଛି ସତ ସତିକା..

ମୁଁ ବି..

ନିଜକୁ ବୁଝେଇ ଦିଅନ୍ତି

କିଛି ମିଛି ମିଛିକା...ଆଉ କିଛି ସତ

ସତିକା....

ରନିତା ସ୍ବାଇଁ


Rate this content
Log in