ଏକତାର ମନ୍ତ୍ର ଘୋଷ
ଏକତାର ମନ୍ତ୍ର ଘୋଷ
ସୁପ୍ତ ଜନତା ଜାଗ୍ରତ ହୁଅ
ଏକତାର ମନ୍ତ୍ର ଘୋଷ ,
ସେଇ ମନ୍ତ୍ର ନାଦେ ନିନାଦିତ ହେଉ
ଏ ସାରା ଭାରତବର୍ଷ
ସନ୍ଥ ସମାନ ସ୍ୱଚ୍ଛ କର ମନ ,
ଗୁଣ-ଗରିମାରେ ହୁଅ ଗରୀୟାନ
ତା' ହୃତ ଗୌରବ ଆକର୍ଷି ଆଣ
ଆଜି ଲୋଡ଼ୁଛି ଯା' ଦେଶ
ସୁପ୍ତ ଜନତା ଜାଗ୍ରତ ହୁଅ
ଏକତାର ମନ୍ତ୍ର ଘୋଷ
କାପୁରୁଷ ନୁହଁ ,ତୁମେ ସିଂହଛୁଆ ,
ବଜ୍ର ସମାନ ଟାଣ କର ହିଆ
ପ୍ରତିରୋଧ କର ଅନ୍ୟାୟ ଯାହା
ପ୍ରସର ସତ୍ୟର ଯଶ
ସୁପ୍ତ ଜନତା ଜାଗ୍ରତ ହୁଅ
ଏକତାର ମନ୍ତ୍ର ଘୋଷ
ଶୂର-ବୀରଙ୍କର ଉତ୍ତର ଦାୟାଦ ,
ଚେତିଉଠ ତୁମେ ଭାଙ୍ଗି ତୁମ ନିଦ
କର ଦେଶହିତ ନାଶି ଭେଦାଭେଦ
ପୂର୍ଣ୍ଣ ପ୍ରାଣେ ବହି ହର୍ଷ
ସୁପ୍ତ ଜନତା ଜାଗ୍ରତ ହୁଅ
ଏକତାର ମନ୍ତ୍ର ଘୋଷ
ସେଇ ମନ୍ତ୍ର ନାଦେ ନିନାଦିତ ହେଉ
ଏ ସାରା ଭାରତବର୍ଷ
