STORYMIRROR

Hasyamayee Raj

Romance

3  

Hasyamayee Raj

Romance

ଏକଦମ୍ ତମେ

ଏକଦମ୍ ତମେ

1 min
340


ସୁନ୍ଦରତା ଏକ ଭିନ୍ନ ଗଣିତ

ହିସାବ ନଥାଏ ସେଥିରେ

ବାହ୍ଯ ଚାକଚକ୍ୟ

ବେଶଭୂଷା ରୂପ ଭେକ

ଏହା ଆତ୍ମା ସହ ଆତ୍ମାର

ଅନ୍ତରଙ୍ଗ ଭାବ। 


ସୁନ୍ଦରତା ଭିତରେ ଥାଏ

ମିଠା ମିଠା ହସ

ଚୁପ୍ ଚୁପ୍ ଆଖି

ମୁକ୍ତାନିନ୍ଦି ଲୁହ

ତୁମ ମନ୍ଦ ପଦଧ୍ବନି

ନିର୍ଲିପ୍ତ, ନିର୍ଲୋଭ

ନିରବତା ମୁହଁ ।


ସୁନ୍ଦରତା ଭିତରେ ଥାଏ

ଠିକ୍ ଗୋଟେ ପଦ କଥା

ଯିଏ ବୁଝିପାରେ ସବୁକିଛି

ଅଭିମାନ ବ୍ଯଥା

ସୁନ୍ଦରତା ଭିତରେ

ଏକଦମ୍ ତମେ ଥାଅ

ତା ଭିତରେ ଥାଏ ସତେ 

ସ୍ବର୍ଗ ସୁଷମାର

ଦିବ୍ଯ ଅନୁଭବ।। 

*******


Rate this content
Log in

Similar oriya poem from Romance