STORYMIRROR

Chandrakanta Jena

Romance Others

4  

Chandrakanta Jena

Romance Others

ଏକା ଏକା

ଏକା ଏକା

1 min
317

ଏକା ଏକା କେତେ ଦିନ କଟିଯାଏ

ବିତିଯାଏ କେତେ ରାତି

ଏକା ଏକା କେବେ କାନ୍ଦି ପକାଏ ମୁଁ

ଏକା କେବେ ଦିଏ ହସି   !!


ଜାଣି ପାରେ ନାହିଁ କେବେ ଉଏଁ ଜହ୍ନ

କେବେ ଆସେ ଜହ୍ନ ତାରା

ଦେହ ଠାରୁ ମନ ଗଲାଣି ଦୂରେଇ

ହୋଇ ଏକା ବେଶାହାରା   !!


ହୃଦୟର ଡାକ ଘରେ ଜାଳି ଦେଇ

ସବୁ ସେ ପୂରୁଣା ଚିଠି

ବଞ୍ଚିଛି ଆଜି ମୁଁ ଏକା ଭୂଲି ସେହି

ଅଭୂଲା ଅତୀତ ସ୍ମୃତି    !!


କିଛି କଥା ମୋର କହିବାର ଥିଲା

ହୋଇ ପାରିଲାନି ଦେଖା

ଆଶିବ ଆଶିବ କହି ଠକି ଦେଲ

ଅପେକ୍ଷା ହୋଇଲା ବୃଥା   !!


ଜୀବନର ଦୋଛକିରେ ଅଛି ଏକା

ବିଚ୍ଚ୍ଥେଦରେ ଥକା ହୋଇ

ଶାନ୍ତନା ଦେଉଛି ହୃଦୟକୁ ନିଜେ

ତୁମ ଅପେକ୍ଷାରେ ରହି     !!


Rate this content
Log in

Similar oriya poem from Romance