STORYMIRROR

Ramakanta Behera

Romance

4  

Ramakanta Behera

Romance

ଏକା ଏକା ଭଲ ଥିଲି

ଏକା ଏକା ଭଲ ଥିଲି

1 min
452

ଏକୁଟିଆ ଥିଲି ଭାରି ଭଲ ଥିଲି 

ତମେ କାହିଁ ଦେଖା ହେଲ

କିଛି ଦିନ ତୁମେ ଆପଣାର କରି 

ଛାଡି କାହିଁ ଚାଲିଗଲ ।


କେମିତି ଭୁଲିଲ ନିଜର ସାଥୀକୁ 

ଦେଇ ଭଲ ପାଇବାର ରାଣ 

କେମିତି ବାନ୍ଧିଲ ଆଉ କା ମନରେ 

ତମ ପ୍ରେମର ସେହି ତ୍ବରଣ ।


ଗୁନ୍ଥଥିଲି ମାଳ ଭଲପାଇବାର 

ଦେଇ ସେ ଅଭୁଲା ଫୁଲ 

ଏବେ ଗୁନ୍ଥଚି ମୁ ଫୁଲ ତୁମରି ସ୍ମୃତିର 

ଦେଇ ଭଲ ପାଇବାର ମୁଲ ।


ଗୁନ୍ଥିଥିଲି ଫୁଲ ବିଭିନ୍ନ ରଙ୍ଗର 

ତୁମକୁ ମୁ ଭଲ ପାଇଁକି 

ତୁମେ ରଙ୍ଗିଗଲ ଆଉ କା ରଙ୍ଗରେ 

ବେରଙ୍ଗି ଫୁଲକୁ ଦେଖିକି।


ଭାବି ଥିଲି ଭାରି ଖୁସି ହେବ ତୁମେ 

ଭଲ ପାଇବା ମୋ ଦେଖିକି 

ଭାବୁଅଛି ଏବେ ପ୍ରିୟ ତୁମେ ମୋର 

ଚାଲିଗଲ କାହିଁ ରୂଷିକି।


ଭଲ ପାଇବାରେ ମିଛେଇ କାନ୍ଦିଲ

ଭାବିଲି ମୁ ତାକୁ ସତ 

ପ୍ରେମ କରିବାରେ ମୁରୁକି ହସିଲ

ବୋଧେ ପାଇଲି ମୁ ମୋର ମିତ।


ଏକା ଏକା ହୋଇ ବୁଲୁଥିଲି ମୁହିଁ 

କିଛି କରିନଥିଲି ମୁ ଆଶା

ପାଖକୁ ଡାକି କହିଲୁ ତୁ ମୋତେ 

ରଖୁଥିବ ପ୍ରତି ଆଶା ।


ଏକୁଟିଆ ଆଜି ନିଛାଟିଆ ଲାଗେ 

ତୁମେ ନାହଁ ମୋର ପାଶେ 

ଏକା ଏକା ଆଜି ବିତେ ମୋର ରାତି 

ଜହ୍ନରେ ତୋ ମୁହଁ ଦିଶେ 

ପ୍ରିୟା ଜହ୍ନରେ ତୋ ମୁହଁ ଦିଶେ ।



Rate this content
Log in

Similar oriya poem from Romance