STORYMIRROR

Suchismita Behera

Action Inspirational Children

4  

Suchismita Behera

Action Inspirational Children

ଏକ ସୁନ୍ଦର ସମ୍ପର୍କ

ଏକ ସୁନ୍ଦର ସମ୍ପର୍କ

1 min
237

ଛୋଟ ଥିଲାବେଳେ, ଛୋଟ ଚାରା ସହ

ସୃଷ୍ଟି ହେଇଥିଲା ଏକ ସୁନ୍ଦର ପରିଚୟ

ପରିଚିତ ହେଲା ଉଭୟଙ୍କ ହୃଦୟ

ମିଳନ ସହିତ ହେଲା ଭାବନାର ଉଦୟ ।


ସବୁଜ ବଗିଚାରେ ସୁନେଲୀ କିରଣରେ

ସୁନେଲୀ ଫୁଲର କୋମଳ ମୁଖରେ

ନିରୀହ ହସରେ, ଅଜଣା ଭାଷାରେ

କହିଯାଉଥାଏ କଥା, ନାନାଦି ପ୍ରକାରେ ।।


ସମୟର ସହ ବଢିଲା ବେଳକୁ

ନିବିଡ ସମ୍ପର୍କ ପାଲଟିଲା ସେ ପରିଚୟ

ତା'ର ଉପସ୍ଥିତିର ନିଆରା ଅନୁଭବ

ନିଃସନ୍ଦେହରେ ସୃଷ୍ଟି କରେ ଅନୁଭୂତି ଅନନ୍ୟ ।।


ତା' ଛାଇତଳେ ବସି ଏକାଠି

ପାଠପଢୁ ତଥା ମଜା ବି' କରୁ

ହସଖୁସିର ସେ ମଧୁର ବାର୍ତ୍ତାଳାପ

ବିଶ୍ରାମର ଏକ ସୁଯୋଗ ଦିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action