ଏକ ସପନ
ଏକ ସପନ
ଦେଖୁଥିଲି ଏକ ସପନ
ଅତି ନିକଟରୁ
ମୃତ୍ୟୁ ମୋର
କୋକେଇ ଉପରେ
ପ୍ରାଣ ଶୂନ୍ୟ ଶରୀର
ବାୟୁ ମଣ୍ଡଳ ପ୍ରକମ୍ପିତ
ରାମନାମ ସତ୍ୟ ହେ ଧ୍ୱନି ରେ
ଆତ୍ମୀୟ ସ୍ୱଜନ କରୁଥିଲେ ରୋଦନ
ନିଆଁରେ ଜଳୁଥିଲା ଶରୀର
ଦେଖଣାହାରୀ ଛିଡା ହୋଇଥାନ୍ତି
ଗୋଟିଏ ଧାଡିରେ
କିଛି ଲୋକଙ୍କ ମନେ ଥାଏ ଦୁଃଖ
ଆଉ କିଛି ଲୁଚାଉ ଥାନ୍ତି
ହସ ନିଜର
ମୃତ୍ୟୁ ରୂପକ ଶାସ୍ୱତ ସତ୍ୟ
ସ୍ନେହ ପ୍ରେମ ସବୁର ଉର୍ଦ୍ଧ୍ବ ରେ
ଧିରେ ଧିରେ ସମସ୍ତେ ଗଲେ ଫେରି
କର୍ତ୍ତବ୍ୟ ର ଆହ୍ୱାନରେ
ଦୂରେ ଛିଡାହୋଇ ଦେଖୁଥିଲି ମୁଁ
କେହି ଜଣେ ଧରିନେଲା ହାତ ମୋର
ହୋଇ ଗଲି ମୁଁ ଆଚମ୍ବିତ
ଦେଖି ତା ଶରୀର
ଖୋଲା ପାଦ ମୁହଁରେ ହସ
ସେ ଥିଲା ଭଗବାନ ମୋର
ସ୍ମିତ ହସି କହୁଥିଲେ ମୋତେ
ସମ୍ପର୍କ ର ଡୋରି ଯାଇଛି ଛିଡି
ଆସିଛୁ ତୁ ଏକା ଯିବୁ ତୁ ଏକା
ମିଛ ମାୟାର ଏ ସଂସାର
ଏଠି କେହି ନୁହେଁ କାହାର
ସପନ ମୋର ଗଲା ତୁଟି
କାନ୍ଦୁଥିଲି ମୁଁ
ମୋର ବୋକାମିକୁ ଭାବି
ଯାହା ସହ କାଟିଥିଲି ପ୍ରତ୍ୟେକ ମୁହୁର୍ତ୍ତ
ସେ ପହଞ୍ଚାଇଛି ମୋତେ ଶ୍ମଶାନ ରେ
ଯାହାର ନାମକୁ ଜପୁଥିଲି ଦିନରେ ଥରେ
ଶେଷ ସମୟରେ ହୋଇଛି ଛିଡା
ମୋ ପାଖରେ