STORYMIRROR

Hemanta Patra

Abstract

2  

Hemanta Patra

Abstract

ଏକ ସପନ

ଏକ ସପନ

1 min
105

ଦେଖୁଥିଲି ଏକ ସପନ

ଅତି ନିକଟରୁ

ମୃତ୍ୟୁ ମୋର

କୋକେଇ ଉପରେ

ପ୍ରାଣ ଶୂନ୍ୟ ଶରୀର

ବାୟୁ ମଣ୍ଡଳ ପ୍ରକମ୍ପିତ

ରାମନାମ ସତ୍ୟ ହେ ଧ୍ୱନି ରେ

ଆତ୍ମୀୟ ସ୍ୱଜନ କରୁଥିଲେ ରୋଦନ

ନିଆଁରେ ଜଳୁଥିଲା ଶରୀର

ଦେଖଣାହାରୀ ଛିଡା ହୋଇଥାନ୍ତି

ଗୋଟିଏ ଧାଡିରେ

କିଛି ଲୋକଙ୍କ ମନେ ଥାଏ ଦୁଃଖ

ଆଉ କିଛି ଲୁଚାଉ ଥାନ୍ତି

ହସ ନିଜର

ମୃତ୍ୟୁ ରୂପକ ଶାସ୍ୱତ ସତ୍ୟ

ସ୍ନେହ ପ୍ରେମ ସବୁର ଉର୍ଦ୍ଧ୍ବ ରେ

ଧିରେ ଧିରେ ସମସ୍ତେ ଗଲେ ଫେରି

କର୍ତ୍ତବ୍ୟ ର ଆହ୍ୱାନରେ

ଦୂରେ ଛିଡାହୋଇ ଦେଖୁଥିଲି ମୁଁ

କେହି ଜଣେ ଧରିନେଲା ହାତ ମୋର

ହୋଇ ଗଲି ମୁଁ ଆଚମ୍ବିତ

ଦେଖି ତା ଶରୀର

ଖୋଲା ପାଦ ମୁହଁରେ ହସ

ସେ ଥିଲା ଭଗବାନ ମୋର

ସ୍ମିତ ହସି କହୁଥିଲେ ମୋତେ

ସମ୍ପର୍କ ର ଡୋରି ଯାଇଛି ଛିଡି

ଆସିଛୁ ତୁ ଏକା ଯିବୁ ତୁ ଏକା

ମିଛ ମାୟାର ଏ ସଂସାର

ଏଠି କେହି ନୁହେଁ କାହାର

ସପନ ମୋର ଗଲା ତୁଟି

କାନ୍ଦୁଥିଲି ମୁଁ

ମୋର ବୋକାମିକୁ ଭାବି

ଯାହା ସହ କାଟିଥିଲି ପ୍ରତ୍ୟେକ ମୁହୁର୍ତ୍ତ

ସେ ପହଞ୍ଚାଇଛି ମୋତେ ଶ୍ମଶାନ ରେ

ଯାହାର ନାମକୁ ଜପୁଥିଲି ଦିନରେ ଥରେ

ଶେଷ ସମୟରେ ହୋଇଛି ଛିଡା

ମୋ ପାଖରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract