STORYMIRROR

Bijoy Jena

Inspirational

3  

Bijoy Jena

Inspirational

ଏକ ଶୀତୁଆ ସନ୍ଧ୍ୟାରେ

ଏକ ଶୀତୁଆ ସନ୍ଧ୍ୟାରେ

1 min
210

ଏକ ବିରଳ ଅନୁଭୂତି

ଭ୍ରମଣରୁ ଫେରୁ ଫେରୁ

ବାଟରେ ଆମ ଚାରିଚକିଆ

ଯାନଟି ବିଗିଡିଗଲା   

ସେ ଥିଲା ଏକ ମାଘ ମାସିଆ

ଶୀତୁଆ ଜାଡ ସନ୍ଧ୍ୟା

ସମସ୍ତେ କିଂକର୍ତ୍ତବ୍ୟଶୂନ୍ୟ

ଧୀରେ ଧୀରେ ରାତିର ନିଶୁନତା

ବଢ଼ିବାକୁ ଲାଗିଲା

ରାସ୍ତା ଘାଟ ଥଣ୍ଡା ଯୋଗୁଁ

ଶୂନଶାନ ମନରେ ଭୟ

 ବି ଖେଲିଲାଣି

ଯାନ ମଧ୍ୟରେ ଆମେ ପାଞ୍ଚ ଜଣ

ଅଶୀ ବର୍ଷର ବୃଦ୍ଧ ପିତା

ଆମେ ସ୍ୱାମୀ ସ୍ତ୍ରୀ ଓ ଏକ 

ବର୍ଷର କୁନି ଝିଅ ସୋନି

ଡ୍ରାଇଭରର ବ୍ୟସ୍ତତା ବି

ଧୈର୍ଯ୍ୟ ଭାଙ୍ଗିଲାଣି  

ଶୀତର ପ୍ରକୋପ ବି ବୃଦ୍ଧି ପାଇଲାଣି

ମଝିରେ ମଝିରେ କୁନି ଝିଅର

 କ୍ରନ୍ଦନ ଧ୍ଵନି

ନୀରବତାକୁ ଭାଙ୍ଗି ପ୍ରତିଧ୍ଵନିତ ହେଉଛି

ଏଇ ବେସାହାରା ଅବସ୍ଥାରେ

  ଲକ୍ଷ୍ୟ ପଡ଼ିଲା

ଦୁଇ ଜଣ କିଏ ଛୋଟ ଲଣ୍ଠନଟିଏ ଧରି

ଆମ ପାଖକୁ ଆସୁଛନ୍ତି  

ଉତ୍କଣ୍ଠା ବଢ଼ି ଯାଉଛି

ସେମାନେ ଆମ ପାଖକୁ ଆସି

 ମୋତେ ଚିହ୍ନି ପକାଇ

ପ୍ରଣାମ ଜଣାଇ ବାଧ୍ୟ କଲେ

ସେହି ରାତିଟି ତାଙ୍କ ଗୃହରେ

ନିରାପଦରେ ବିତାଇ ଦେବାକୁ  

ଅରକ୍ଷିତକୁ ଦଇବ ସାହା  

ଆମେ ସୁରକ୍ଷା ପାଇଲୁ

ମଣିଷପଣିଆର ଝଲକ ଦେଖିଲୁ

ସେ ଦୁହେଁ ମୋର ପ୍ରାକ୍ତନ ଛାତ୍ର

ବୋଲି ପରିଚୟ ପାଇଲି

ଶାନ୍ତି ମିଳିଲା

ଏବେ ବି ଆମ ସମାଜରେ

ମାନବିକତା ବଞ୍ଚିଛି  ମରିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational