STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ଏକ ଦୁଃଖି ପିତାର କ୍ଷଦୋକ୍ତି

ଏକ ଦୁଃଖି ପିତାର କ୍ଷଦୋକ୍ତି

1 min
11.8K

     

((( ଏକ କନ୍ୟାହରା ପିତାର ଦୁଃଖଦ କାହାଣୀ ଯାହା

 ମୋ ଆଖି ଆଗରେ ଘଟିଥିଲା ତାହାର ଆତ୍ମ କାହାଣୀ

 ଚିତ୍ର ମୋ କଲମ ମୁନରେ ଚିତ୍ରିତ କରିଛି )))

---------- -------------------- -----------

ଯୈ।ତୁକ ଜୁଇ ରେ ଜଳୁଛି ଜୀବନ ଆରମ୍ଭୁ ତା ସଂସାର ର

ପାଦ ଥାପୁ ଥାପୁ ପାଉଁଶ ହୋଇଲା ଅଲିଅଳି ଜେମା ମୋର ।।

କିଏ ସେ ଖେଟକ ନର ପିଶାଚ ସେ କେମିତି ମଣିଷ “ଜନ୍ମ

ପାଇ”ଅମଣିଷ ସମ ଏପବିତ୍ର ଦେଶେ କରେ ଅପକର୍ମ ।।


ମୋ ହୃଦୟ ଛବି ଲବଣୀ ପିତୁଳା ଶ୍ରଦ୍ଧାରେ ବଢାଇଥିଲି

କେତେ ବିଶ୍ଵାସେ ନାରାୟଣ ଭାବି ଲକ୍ଷ୍ମୀ କୁ ମୋ ଟେକି ଦେଲି ।।

ନାରାୟଣ ନୁହେଁ ନାରକାସୁର ସେ ମୋ ରତ୍ନ‌କୁ “ହତାଦର

କରି”ଜାଳି ଦେଲା ଅତୁଟ ବନ୍ଧନ ସେନେହ ଆଉ ‌ପ୍ରେମର ।।


ଅଲିଅଳି ବାଳା ନୟନ ପିତୁଳା ହୃଦୟ ‌ଚିତ୍ର ପ୍ରତିମା

ତସ୍କର ହାତେରେ ଜଳି ପୋଡିଗଲା ମୋ ମନ ରାଇଜ ଜେମା ।।

ହୃଦୟରେ ନିଆଁ ଜଳୁଛି ମୋହର କ୍ରୋଧରେ ହୃଦୟେ କୋହ

ପୁଞ୍ଜିଭୂତ ଦୁଃଖ ଛାତି କୋରିଦିଏ ଝରଝର ଝରେ ଲୁହ ।।


ଶ୍ରାବଣ ର ବାରିଧାରା ସମ ଝରେ ଅସରା ଅସରା ହୋଇ

ମୁଣ୍ଡ କୋଡ଼ି ଭାଗ୍ୟ ନିନ୍ଦଇ ତୂ ମନ୍ଦ ବିଚାର କରିଲୁ ବିହି ।।

କି କଲି କି କଲି ମାଆ ଲୋ ମୋ ମନ ଆକାଶ ପୁନେଇଁ ଜହ୍ନ  

ତୋବିହୁନେ ଲାଗେ ମୋ ସୁନା ସଂସାର ସତେକି ଗୋଟେ ଶ୍ମଶାନ ।।


ଶଠ,ଲମ୍ପଟ, ଛଦ୍ମବେଶୀ ‌ନର ଜାଣିତ ପାରିଲି ନାହିଁ

ତାଙ୍କ ମିଠା କଥା ଭୋଳିତ କରିଲା ବିଶ୍ଵାସେ ଦେଲି ପଠାଇ ।।

ଆଜି ମୁଁ ଭାବଇ ଆହା ମୋ ଧନକୁ ରାକ୍ଷସ‌ ଙ୍କ କବଳରେ

ପଠାଇ ଦେଇ ମୁଁ ସମ ଭାଗି ଦୋଷୀ ତୋହର ହତ୍ୟା ଦୋଷରେ ।।


ଆଉକି ପାଇବି ଲକ୍ଷ୍ମୀ ପ୍ରତିମା ମୋ ରକ୍ତ ସରୋବର କଇଁ

ଆରେ ଦୁରାଚାର କେମିତି ତୋହାତ ଗଲା ମାରିଦେବା ପାଇଁ ।।

ବିଚାର କରିବ ବ୍ରହ୍ମାଣ୍ଡ ଗୋସାଇଁ ଏ ନରାଧାମ କଲା କର୍ମ

ତୁମ ବିଚାରକୁ ଅପେକ୍ଷା କରିଲି ସୁମରି ତୁମରି ନାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy