STORYMIRROR

banaja nandini mishra

Inspirational

4  

banaja nandini mishra

Inspirational

ଏଇତ ଜୀବନ

ଏଇତ ଜୀବନ

1 min
346

ଆୟୁଷର ଏହି ସଂକ୍ଷିପ୍ତ ରାସ୍ତାରେ

ଯେତେ ଦୁଃଖ ପଛେ ଥାଉ

ଟିକିଏ ହସରେ ଦୁଃଖ ଯାଏ ଦୂରେଇ

ଯୋଜନ ଯୋଜନ

ଏଇତ ମାନବ ଜୀବନ ।


ଗ୍ରୀଷ୍ମର ନିଦାଘ ଆଉ

ଉତ୍ତପ୍ତ ବିରାଟ ଝାଞ୍ଜିରେ

ସୁଶୀତଳ ଜଳ ଶାନ୍ତ କରିଦିଏ

ଶରୀର ପ୍ରାଣ ଆଉ ମନ

ଏଇତ ମାନବ ଜୀବନ।


ଶ୍ରାବଣଟା କେବେ ଆଣଇ ମରୁଡି

କେବେ ପ୍ରଳୟ ବନ୍ୟା

ଜନ ଜୀବନକୁ କରଇ ବିପନ୍ନ

ଏଇତ ମାନବ ଜୀବନ ।


ଶରତରେ ମାଆଙ୍କ ଧରାବତରଣ

ପାଳନ୍ତି ସଭିଏଁ ଖୁସିର ପାର୍ବଣ

ସବୁଜିମାରେ ସୁନ୍ଦର ଦିଶେ

କ୍ଷେତ ବାଡ଼ି ଆଉ ଉପବନ 

ଏଇତ ମାନବ ଜୀବନ ।


ଶୀତର କୋହଲା ପବନ

କେବେ କରେ ବରଫ ମାଡ଼ ତ

କେବେ ଅଦିନିଆ ଝଡ଼

ଭାନୁଙ୍କ କିରଣ ଅବା

ଅଗ୍ନିର ଉତ୍ତାପ ସ୍ପର୍ଶ

ତନୁରେ ଭରେ ଶିହରଣ

ଏଇତ ମାନବ ଜୀବନ ।


 ଯେତେ କଷ୍ଟ ଆସୁ

କେବେ ନକରି କ୍ରନ୍ଦନ

ହେଉ ପର କି ଆପଣା

କରିନେବା ସଭିଙ୍କୁ ହୃଦର ସ୍ପନ୍ଦନ

ଏଇତ ମାନବ ଜୀବନ ।


ଜୀବନଟା ଏକ ବିରାଟ ପ୍ରଶ୍ନ

ଉତ୍ତର ଖୋଜି ଚାଲୁଥିଲେ

ଲିଭିଯିବ ସବୁ କ୍ଷତ ଚି଼ହ୍ନ

ଏଇତ ମାନବ ଜୀବନ ।


ଜୀବନର ପଥ କେବେ କଣ୍ଟକିତ

କେବେ ମଧୁର ସଂଗୀତ

ସଂଘର୍ଷ ସଂଘର୍ଷ ଯାର ନାହିଁ ଅନ୍ତ

ଭୁଲି ଯିବା ସବୁ ଅପମାନ

ରାଗ ରୁଷା ମାନ ଅଭିମାନ

ଏଇତ ମାନବ ଜୀବନ ।


ଲୋଡ଼ା ନାହିଁ ସିଂହାସନ

ଲୋଡା ନାହିଁ ଧନ

ଲୋଡ଼ା ଖାଲି ଜ୍ଞାନ ଧର୍ମ ଆଉ ପୁଣ୍ୟ

ଏଇତ ମାନବ ଜୀବନ ।


ବେଙ୍ଗ କହେ ବେଙ୍ଗୁଲି ଲୋ

ଦୁନିଆ କ୍ଷଣ କ୍ଷଣକେ ଆନ

ହେଉ ଧନୀ କି ଗରିବ

ଉଚ୍ଚ କିବା ନୀଚ୍ଚ

ଛାଡି ଗଲେ ପ୍ରାଣ

ଶରୀରରେ ନାହିଁ ପ୍ରୟୋଜନ 

ସର୍ବେ ହେବେ ଶ୍ମଶାନରେ ଲୀନ

ଏଇତ ମାନବ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational