ଏଇତ ଜୀବନ
ଏଇତ ଜୀବନ
ଜୀବନ ଯୁଦ୍ଧ ଅହେତୁକ ଯାତନା
ଅପ୍ରତ୍ୟାଶିତ ବଳିଦାନ
ରକ୍ତପିପାସୁ ର ତାଡନା
ହୃଦୟ ବିହୀନ ଭାବ ବିହୀନ
ଜାଗିଉଠେ ଜୀବନ୍ତ ସଇତାନ ll
ଅର୍ଥପିପାସୁ ବିବେକହୀନ
ଜୀବନ ମୂଲ୍ୟ ସଂଜ୍ଞାହୀନ
ପାଣି ପବନ ଏଠି ଅମୁଲ ମୂଲ୍ୟ
ରକ୍ତ ମୂଲ୍ୟ ଏଠି ଶସ୍ତା
ଅର୍ଥ ସାଜିଛି ଜୀବନ ମାପକାଠି
ଧୃଷ୍ଟତା ସାଜିଛି କ୍ଷମତା ll
ସତ୍ୟ ଆଜି ଉପେକ୍ଷିତ
ମିଥ୍ୟା କରେ ରାଜ୍ୱତି
କଳା କୁ ଧଳା ଧଳା କୁ କଳା
ଅର୍ଥ ବଳେ ବଳୀୟାନ
ଭିତରେ ଛଳନା କପଟ ମନା
ଖୋଳପା କିନ୍ତୁ ହୃଦୟବାନ ll
ଜ୍ଞାନୀ ପାଏନି ସମ୍ମାନ
ଶ୍ରମ ଯେ କରେ ସେ ଦାଦନ
ସରଳତା ର ଏଠି ହୁଏ ଦହନ
ବଳି ପଡେ ସ୍ୱାଭିମାନ
ଅନ୍ଧାରରେ ନିକ୍ଷେପିତ ହେଇ
ଜୀବନଟା ଲାଗେ ଶୂନଶାନ ll
ଏଇତ ଜୀବନ
ଏଠି ଅଙ୍କା ବଙ୍କା ରାସ୍ତାମାନ
ସଂଘର୍ଷ ର ପ୍ରତିଟି ସୋପାନ
ଲହୁ ରେ ଭିଜେ ଛାତି
ଖୁସି ହେଇଯାଏ ସପନ
ସ୍ନେହ ପ୍ରେମ ର ନିଖୁଣ ଅଭିନୟ
ସତେ ଜୀବନ ଟା ଲାଗେ ଶ୍ମାଶନ ଆଉ ଶ୍ମାଶନ ll
ଏଇ ତ ଜୀବନ
ପ୍ରତିହିଂସା ରେ ଜଳେ ଶବ ସମାନ
ଆଞ୍ଜୁଳାଏ ଲୁହ ମୂଲ୍ୟହୀନ
ଟଙ୍କା ଟଙ୍କା ରେ ହିସାବ ଚାଲେ
ଲାଭ କ୍ଷତି ର ଆଉ କୀର୍ତ୍ତିମାନ
ଗର୍ବ ଅହଂକାର ର ଉଚ୍ଚତମ ଶୃଙ୍ଗ
ମିଛ ମାୟା ର ଏ ଅଦୃଶ୍ୟ ବନ୍ଧନ
ଏଇତ ଜୀବନ ଏଇତ ଜୀବନ l
