STORYMIRROR

MAMATA RANI SATAPATHY

Inspirational

3  

MAMATA RANI SATAPATHY

Inspirational

ଏଇତ ଜୀବନ

ଏଇତ ଜୀବନ

1 min
275


ହାଏରେ ଜୀବନ,

କେତେବେଳେ ତୁ ମରୁଭୂମିର ତତଲା ବାଲିର ଦାନା,

କେତେବେଳେ ପୁଣି ନିଝୁମ୍ ବର୍ଷାର ଟପ୍ ଟପ୍ ଟୋପା,

କେତେବେଳେ ଲାଗୁ ପାହାଡୀ କନ୍ୟାର କୁଳୁକୁଳୁ ତାନ

ସଙ୍ଗୀତ ମୂର୍ଛନାମୟ ଜୀବନ......।

ହାଏରେ ଜୀବନ,

କେତେବେଳେ ତୁ ଯେ ମନ୍ଦ ମଳୟ 

ପୁଲକିତ କରୁ ତନୁ ଓ ମନ,

କେତେବେଳେ ପୁଣି ଅଣଚାଶ ସନ୍ସନ୍ ସମୀର 

ହାହାକାର କରୁ ଜୀବନ....।

ହାଏରେ ଜୀବନ,

କେତେବେଳେ ତୁ ହିମଛାଦିତ ହିମଙ୍ଗନା,

କେତେବେଳେ ପୁଣି ଳଳିତ ମଧୁର ସ୍ବର,

 ବିଧୁର ପ୍ରାଣରେ ଦେଉ ଅନେକ କଷ୍ଟ l

ହାଏରେ ଜୀବନ,

ବିଭିନ୍ନ ଆକାର ଆକୃତି ମଧ୍ୟରେରେ ଆବଦ୍ଧ ମୁଁ,

କେତେବେଳେ ପ୍ରକୃତିର କ୍ରୁର ଉପହାସ ତ ,

କେତେବେଳେ ମାନବକୃତ ମହାବାତ୍ୟାରେ ,

ମୁଁ ନିରବ,ନିସ୍ତବ୍ଧ,ସଂକୁଚିତ...।

କାଳଚକ୍ରର କରାଳଗ୍ରାସରେ କୋଳାହଳ ଇଲାକାରେ 

ଖେଳିଯାଏ ଶୂନ୍ୟତାର ଖେଳ ,

ତଥାପି ! ମୋର ପଥ ଅବିଶ୍ରାନ୍ତ ଯାତ୍ରା ଅବ୍ୟାହତ...

ପହଁଞ୍ଚିବାକୁ ମହାଯାତ୍ରାର ଠିକଣାରେ,

ଯାହା ଏବେ ଅଜ୍ଞାତବାସରେ........।

ଜନ୍ମଯାତ୍ରା ଠାରୁ ମହାଯାତ୍ରା ଯାଏଁ,

ନିରୋଳା ପଥିକ ମୁଁ,

କ୍ଲାନ୍ତ,ଶ୍ଲାନ୍ତ ତଥାପି ଅପରାଜିତଁ,

ଥକା ମାରି ମତେ ପୁଣି ଚାଲିବାକୁହେବ ଅନେକ ଦୂର....

ହଁ ଅନେକ ଦୂର...ଜୀବନ ବହିର ଶେଷ ପୃଷ୍ଠା.. ଯାଏଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational