STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

4  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଏଇତ ଜୀବନ

ଏଇତ ଜୀବନ

1 min
336

କୁଆଁ ରାବ ଦେଇ

ମାଟି ଦିଏ ଛୁଇଁ

ଜୀବନର ପ୍ରତିଲିପି,

ଦରଫୁଟା ହସ

ଅମୃତ ପରଶ

 ଅଙ୍ଗେ ଅଙ୍ଗେ ଦିଏ ଲେପି ।

ଯୌବନ ଜୁଆର

କାମ ରୂପକାର

ମତୁଆଲା କରେ ଦେହ,

ଲଭି ଅଙ୍ଗ ସଂଗ

ବୋଳି ପ୍ରୀତି ରଂଗ

ଅଂଗତାପ କରେ ଦାହ। 

ସମୟ ଚକ୍ରରେ

 ଆୟୁଷ ବକ୍ରରେ

ବାର୍ଦ୍ଧକ୍ୟର ଆଗମନ,

ବଙ୍କୁଲି ବାଡିରେ

ଝାପସା ଘଡିରେ

ବୟସଟି ପାଏ ସ୍ଥାନ ।

ସକଳ ସପନ

 ହୁଏ ସମାପନ

ଛଅ ଖଣ୍ଡି ବାଉଁଶରେ,

ରାମ ନାମ ସତ୍ୟ

ହରି ନାମ ନିତ୍ୟ

ଆଙ୍କି ଦିଏ ପାଉଁଶରେ ।

ଏଇ ଧରା ଧାମେ

ମନୁଷ୍ୟର ନାମେ

ଜୀବନର ବିଜ୍ଞାପନ,

ଉଜ୍ଜର ଅନ୍ଧାର

କାଳ ସମାଚାର

ନିଶ୍ଚେ ହେବ ଦିନେ ଲୀନ ।


 


Rate this content
Log in

Similar oriya poem from Tragedy