STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ଏଇ ତ ଗରବ

ଏଇ ତ ଗରବ

1 min
13.1K


ଏହି ଆମ ଦେଶ ଏହି ଆମ ଧ୍ଵଜ

ଆଜି ଅଟେ ଶୁଭ ଦିନ

ଏହି ଦିନ ଆମେ ସ୍ଵାଧୀନ ହୋଇଲେ

ଗାଇ ଜନ-ଗଣ-ମନ।

କେତେ ସୁରବୀର ଦେଇ ନିଜ ଶିର

ରଖିଛନ୍ତି ଦେଶ ଟେକ

ତ୍ରିରଙ୍ଗା ଉଡଇ ଗଗନକୁ ଛୁଇଁ

କି ସୁନ୍ଦର ଚାହିଁ ଦେଖ

ଏଇତ ଗରବ ଜାତୀୟ ପରବ

ଦେଶପ୍ରେମେ ରହୁ ମନ।

ବୀର ସଇନିକ ଦେଇ ବଳିଦାନ

ରଖିଛନ୍ତି ଦେଶ ମାନ

ପବିତ୍ରତା ଭରା ବିଶେଷ ଦିନରେ

ଜଣାଉ ଅଭିନନ୍ଦନ

ଜାତି ଗଉରବ ତାଙ୍କରି ହସ୍ତରେ

ସିଏ ତ ଦେଶ ରତନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational