STORYMIRROR

Kishore Nayak

Inspirational

3  

Kishore Nayak

Inspirational

ଏଇ ପୃଥିବୀ କୋଳରେ

ଏଇ ପୃଥିବୀ କୋଳରେ

1 min
170

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଜନମିଛି ଏଇ ପୃଥିବୀ କୋଳରେ 

      କି ସୁନ୍ଦର ଏଇ ଧରା !

କେତେ ନଦ ନଦୀ ବିଶାଳ ଜଳଧି 

      ସବୁଜ ବନାନୀ ଘେରା ll


ବଣ ପାହାଡର ମୂଲକ ରାଇଜ 

     ପଲ୍ଲୀ ସହରର ଶୋଭା 

ସବୁଜ କ୍ଷେତର ସୁନାର ଫସଲ 

    ଆହା କି ଯେ ମନ ଲୋଭା ll


ବିଶାଳ ବୃକ୍ଷର ସୁଶୀତଳ ଛାଇ 

      ପକ୍ଷୀ କାକଳିର ସ୍ଵନ 

ପିତା ମାତା ବନ୍ଧୁ ପ୍ରିୟ ପରିଜନେ 

      ମଧୁମୟ ଏ ଜୀବନ ll


ପର୍ବତ ଶିଖରେ ପ୍ରାତ ସମୟରେ 

      ସୂରୁଜ ଆସିଲେ ଉଇଁ 

ପ୍ରକୃତିର ଏଇ ମନୋରମ ଶୋଭା 

      ପରାଣକୁ ଯାଏ ଛୁଇଁ ll


ଏ ପୃଥିବୀ କୋଳେ ସ୍ଥଳେ ଅବା ଜଳେ 

      ଭଳି ଭଳି ଜୀବଜନ୍ତୁ 

ଆହାର ବିହାର କରୁଛନ୍ତି ସଦା 

     ରହସ୍ୟରେ ଭରା କିନ୍ତୁ ll


ଦେଇଅଛ ମୋତେ ମଣିଷ ଜନମ 

     ତୁମରି ମହୀରେ ପ୍ରଭୁ 

କରିବି ପ୍ରୟାସ ତା'ର ପରିବେଶ 

      ରଖିବାକୁ ସୁସ୍ଥ ସବୁ ll


ମାନବ ଧର୍ମ ପତାକା ତଳେ ଆମେ 

     ଗୋଟିଏ ମାନବ ଜାତି 

ଏ ସାରା ବିଶ୍ୱ ପରିବାର ଏକ ଆମେ 

     ସୁଖର ଦୁଃଖର ସାଥୀ ll


ଦେଶ ଦେଶ ମଧ୍ୟେ ଶତୃତା ନକରି 

     ଅନ୍ୟକୁ ବଞ୍ଚାଇ ଶିଖ 

ହିଂସା, ଦ୍ୱେଷ ଆଉ ଧ୍ୱଂସ ପ୍ରବୃତ୍ତିରୁ 

     ନିଜକୁ ଦୂରେଇ ରଖ ll


ଉଦ୍ଦେଶ୍ୟ ଆମର ବଞ୍ଚିବା ବଢିବା 

     ନୁହେଁ ଯୁଦ୍ଧ ବିଭୀଷିକା 

ଶାନ୍ତି-ପ୍ରେମ-ମୈତ୍ରୀ ଆୟୁଧ ଏଇତ 

     ବଞ୍ଚିବାର କଳା ଏକା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational