STORYMIRROR

Bauribandhu Lenka

Inspirational

4.7  

Bauribandhu Lenka

Inspirational

ଏଇ ମୋର ଗାଆଁ

ଏଇ ମୋର ଗାଆଁ

1 min
14.2K



ସାଗରେ ନାଚେ ନୀଳ ତରଙ୍ଗ

ଆକାଶେ ଭସା ମେଘର ରଙ୍ଗ

ଧୂସର ଏଇ ମାଟିର ବକ୍ଷେ

ଶ୍ୟାମଳୀ ଶସ୍ୟ କନ୍ୟା।

ଲଭି ବରଷା ପ୍ରିୟର ସଙ୍ଗ

ମନରେ ଭରି କେତେ ଉମଙ୍ଗ

ସୁଲୁ ସୁଲିଆ ପବନେ ନାଚେ

ଛୁଟାଇ ରୂପ ବନ୍ୟା॥


ମୃଦୁ ସମୀର ବହଇ ମନ୍ଦେ

ବରଷେ ମେଘ ଚପଳ ଛନ୍ଦେ

ମହକି ଯାଏ ଫୁଲର ଗନ୍ଧେ

ମୋ ଗାଆଁ ପରିବେଶ।

ସକାଳ ସଂଧ୍ୟା ଆରତୀ ବେଳ

ହୋଇଲେ ବାଜେ ଘଣ୍ଟ ମର୍ଦ୍ଦଳ

ଗାଆଁ ମନ୍ଦିରୁ ଆସଇ ଭାସି

ବିଭୁଙ୍କ ଶୁଭାଶୀଷ॥


ଏଇ ମୋର ଛୋଟ ଗାଆଁଟି

ପୋଥି ପତରେ ନାହିଁ ନାଆଁଟି

ତାହାରି କୋଳେ ଜନମି ମୁହିଁ

ମଣେ ନିଜକୁ ଧନ୍ୟ।

ଯେଉଁଠି ଥିଲେ ଯେପରି ଥିଲେ

ଯିବି ମୁଁ ଧାଇଁ ବିପଦ ବେଳେ

ତା ସେବା କରି ପାରିଲେ ମୋର

ହୋଇବ ମହା ପୁଣ୍ୟ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational