STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ଏଇ ଗ୍ରୀଷ୍ମରେ

ଏଇ ଗ୍ରୀଷ୍ମରେ

1 min
204


ବେଦୀରେ ବସିଛି କନିଆଁ

ହାତେ ଓଢଣାରେ

ଢାଙ୍କି ଦେଇ ତାର ବଦନ

ଭିତରୁ ହେଉଛି ଛାନିଆ ,

ମାଛ କାତି ପରି ଚକ୍ ଚକ୍ ଖରା

ଗୋରୀ ମୁହଁରେ ଲାଗୁଛି ତୋରା

ଅନା ଅନା ଲୋ ସଜନୀ ଅନା

ଦେହ ଭିତରୁ ବହୁଛି ଗଙ୍ଗା ଯମୁନା

ବର ମଥାରେ ଭାରି ମୁକୁଟ

ଅଜାଡି ପଡୁଛି ଝାଳରେ ଥାଟ

ଆଉ ଲୋଡା ନାହିଁ ସରବତ

ନହଵରତର ଗୁଞ୍ଜିଛି ମୁଣ୍ଡ

ରଙ୍ଗ ବେରଙ୍ଗର ତୋରଣ

ବେଦୀ ଲାଗୁଥାଏ ସତେ ଫଗୁଣ

ଅବିର ପରି ଚମର ରଙ୍ଗରେ

ଗ୍ରୀଷ୍ମପ୍ରବାହର ଦାରୁଣ କଷଣ

ଧୋଇଦେଲା ସବୁ ସୁଖ ଦୁଃଖ ହାନୀ

ସାଜିଲା ନିଦାଘ ଵେଇମାନ ସପତଣୀ

ମନରେ ଭଳିକି ଆଶା ସୋହାଗ

ଭାବି ସ୍ୱାମୀଙ୍କ ଦେଖିବ ମୁଖ

ବାନ୍ଧିବ ବନ୍ଧନ ଇହ ପରଲୋକ

ଦୋ ଦୋ ପାଞ୍ଚର ଉତ୍ତାପ ପରିକି

ସବୁ ସମ୍ପର୍କକୁ ବିକଳେ ଚାହିଁ

ଝିଅ ଯିବ ଶାଶୂଘରକୁ ତାର

ଅଗୁରୁ ଚନ୍ଦନ ଲେପି ବାର ବେଳେ

ଗୁଳୁଗୁଳି ସବୁ ଲିପି ପକାଉଛି

କାଢି ଧିରେଧିରେ ଓଢ଼ଣୀ ଫାଳେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy