STORYMIRROR

Papu parida

Classics Others Children

4  

Papu parida

Classics Others Children

ଏଇ ଅଟେ ମୋର ଗାଆଁ

ଏଇ ଅଟେ ମୋର ଗାଆଁ

1 min
437


ମାତୃଗର୍ଭୁ ଆସି ଯେଉଁ ଭୁଇଁରେ ପଡିଲି

ରୂପ ରସ ଗନ୍ଧ ସ୍ପର୍ଶ ଯେଉଁଠୁ ପାଇଲି

ସିଏ ଅଟେ ମୋର ଗାଆଁ

ଗଞ୍ଜାମ ଜିଲ୍ଲାରେ ସ୍ଥିତ ରାଳବ ତା ନାଆଁ।


ଯେଉଁ ଭୂମି ଦେଲା ଶାକ ତଣ୍ଡୁଳ ପବନ

ଯେଉଁ ଭୂମି ଦେଲା ମୋତେ ମୋର ଏ ଜୀବନ

ସିଏ ଅଟେ ମୋର ଗାଆଁ

ମୁକ୍ତେଶ୍ଵରଙ୍କର ଆଳୟ ରାଳବ ତା ନାଆଁ।


ଦକ୍ଷିଣେ ମା ଦଣ୍ଡକାଳୀ ପ୍ରସନ୍ନ ଦିଶୁଛି

ବୁଢ଼ୀ ଠାକୁରାଣୀ ଘଣ୍ଟ ଘୋଡେଇ ରଖିଛି

ଏଇ ଅଟେ ମୋର ଗାଆଁ

କୁଞ୍ଜବିହାରୀଙ୍କ ଘର ରାଳବ ତା ନାଆଁ।


ବିଲରେ ହସୁଛି ମୋର ସୁନାର ଫସଲ

ପଦରେ ପାନ ବରଜ ଦିଶଇ ପ୍ରଫୁଲ୍ଲ

ଏଇ ଅଟେ ମୋର ଗାଆଁ

ରଜନିଗନ୍ଧାର ବାସ୍ନା ରାଳବ ତା ନାଆଁ।


ଦଣ୍ଡଯାତ୍ରା ରେ ମା କାଳୀ ଧରାକୁ ଆସନ୍ତି

କାଞ୍ଜିଅଁଳା ଯାତ୍ରା ପାଇଁ ହୋଇଛି ପ୍ରସିଦ୍ଧି

ଏଇ ଅଟେ ମୋର ଗାଆଁ

ଲୋକକଳା ପେଣ୍ଠସ୍ଥଳ ରାଳବ ତା ନାଆଁ।


ସଚେତନ ଯୁବଗୋଷ୍ଠୀ ମେଧାବୀ ବିଦ୍ୟାର୍ଥୀ

ଭଗବାନ ସମ ଆମ ଘରର ଅତିଥି

ଏଇ ଅଟେ ମୋର ଗାଆଁ

ଭିନ୍ନତାର ଭୂମି ମୋର ରାଳବ ତା ନାଆଁ।


କୃଷକ ସୈନିକ ଏବଂ ଶିକ୍ଷକ ଶ୍ରମିକ

ସବୁ କ୍ଷେତ୍ରେ ସମର୍ପିତ ମୋ ଗାଆଁ ଯୁବକ

ଏଇ ଅଟେ ମୋର ଗାଆଁ

ସେବା ସମର୍ପଣେ ଭରା ରାଳବ ତାରି ନାଆଁ।


ଶାନ୍ତ ଶିଷ୍ଟ ଭଦ୍ର ନମ୍ର ସ୍ଵଭାଵ ଆମରି

ବାନ୍ଧି ରଖିଛି ଆମକୁ ଏକତା ର ଡୋରି

ଏଇ ଅଟେ ମୋର ଗାଆଁ

ମିଠା ମିଠା ସମ୍ପର୍କର ରାଳବ ତା ନାଆଁ।


ଥରୁଟିଏ ଆସ ବୁଲି ଗାଆଁକୁ ମୋହର

ଦେଖିବ ସଭିଏଁ କେତେ ସବୁଜ ସୁନ୍ଦର

ଏଇ ଅଟେ ମୋର ଗାଆଁ

ସ୍ୱାଭିମାନି ମାଟି ମୋର ରାଳବ ତା ନାଆଁ।


Rate this content
Log in

Similar oriya poem from Classics