STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ଏହା ଅଟେ ସତ୍ୟକଥା..

ଏହା ଅଟେ ସତ୍ୟକଥା..

1 min
289


ଦିନ ବି ଧାର୍ଯ୍ୟ ସମୟ ବି ଧାର୍ଯ୍ୟ   

   ଲିପିବଦ୍ଧ ହୋଇ ରହିଛି   

ଦିନ ଆସିଲେ ସମୟ ସରିଲେ

   ଜୀବନ ନାଟକ ସରୁଛି........

    

ଖାଇବାକୁ ଗଣ୍ଡେ ପିନ୍ଧିବାକୁ ଖଣ୍ଡେ

    ଗରିବ ବାପୁଡା ଖୋଜୁଛି

ବେଙ୍କ ବାଲାନ୍ସ ବଢାଇବା ପାଇଁ

    ଧନୀ ଛଟପଟ ହେଉଛି........


ଧନୀ ରହୁଅଛି ରାଜ ମହଲରେ

    ଗରିବ ରହୁଛି ମାଟିରେ

ଧନୀ ବୁଲୁଅଛି ଗାଡି ମଟରରେ

    ଗରିବ ବୁଲୁଛି ପାଦରେ........


ଗରିବ ବଞ୍ଚୁଛି ଆଜି ଦିନ ପାଇଁ

    ଭବିଷ୍ୟତ ପାଇଁ ଧନୀ

ଗରିବ ବାପୁଡା ସରଳେ ବଞ୍ଚୁଛି

   ଧନୀ କରେ ବେଇମାନି.........


ଯେତେ ଯେତେ ଧନ ପାଖରେ ଥିଲେ ବି

 &n

bsp;  ସବୁ ତୁଚ୍ଛ ଖାଦ୍ୟ ପାଖରେ

ଖାଇବାକୁ ଯଦି ମୁଠାଏ ନମିଳେ

    ପେଟ କି ପୁରିବ ଧନରେ....


ଗରିବ ଖଟୁଛି ମାଟି କାଦୁଅରେ

    ଆହାର ଅମଳ କରୁଛି

ସେଇ ଆହାରକୁ ଧନୀଲୋକ ଖାଇ

    ଖୁସିରେ ଜୀବନ କାଟୁଛି....


ଯେଉଁଦିନ ଗରିବ ବନ୍ଦ କରିଦେବ

   ଖଟିବା ନିଜର କ୍ଷେତରେ

ଧନୀ ସେଇଦିନ ଶୋଇପଡିବ

   ଓଦାକନା ଦେଇ ପେଟରେ.....


ଧନୀ ବି ମରିବି ଗରିବ ମରିବ

   ଚାଲିଯିବେ ନିଜ ବାଟରେ

ଧନୀ ଓ ଗରିବ ଲୋପ ପାଇଯିବ

   ସମାନ ହୋଇବେ ଘଟରେ


ଗରିବ ଭାଇଙ୍କୁ ଘୃଣା କରିବନି

     ସିଏ ଆମ ଅର୍ଣ୍ଣଦାତା

ତାଙ୍କ ପରିଶ୍ରମେ ଆମ ପେଟପୁରେ

     ଏହା ଅଟେ ସତ୍ୟକଥା



Rate this content
Log in

Similar oriya poem from Inspirational