STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଏବଂ ଉପସ୍ଥିତି କଣ

ଏବଂ ଉପସ୍ଥିତି କଣ

1 min
235


ଅଦ୍ଭୁତ

ଏକ ଦ୍ଵାରର ଗାଲିଚା ଉଠେ

ଏବଂ ନିଜକୁ ନିଜେ ପିଟେ

ପଥର ଭାସ୍କର୍ଯ୍ୟ ଉପରେ

ହଁ, ସେଠାରେ ଧୂଳି ଥାଏ ।

ଜଣେ ଦେଖି ପାରିବ

ଧୂଳି ଚତୁର୍ଦ୍ଦିଗରୁ ଆମକୁ ଆବଦ୍ଧ କରି ରଖିଛି।

ଜଣେ କାନ୍ଥ ଉପରର ପ୍ଲାଷ୍ଟର ଏପରିକି କାନ୍ଥ,

ଚଟାଣ ଏପରିକି ମୂଳ ଦୂଆକୁ ବି ଶୁଣିପାରିବ

ଛାଡି ଯାଉଥିବା ଧୂଳିର ଆବର୍ତ୍ତ ପରି ଧୂଳି

ଜଣେ ବୁଝିପାରେ

ଯେକୌଣସି ଜାଗାରେ ଘର କରିପାରେ

ଏହାର ବର୍ତ୍ତମାନ

ଏମିତିକି ଯେବେ ଏହା ଅନ୍ୟ ଏକ ଦ୍ଵାର ଗାଲିଚାର

ରୂପ ନେବ କିମ୍ବା ଅନ୍ୟ ଜଣେ ଆଗ୍ରହୀ ହୋଇପାରେ

ଏବଂ ଉପସ୍ଥିତି କଣ

ବେଳେ ବେଳେ ମୁଁ ନିଜକୁ ପଚାରେ

ପ୍ରଭାତରେ କିଛି କୁହୁଡି ପଡେ ଧୀରେ

ଥର ଥର ଘାସ ଉପରେ ଏ ମୁଣ୍ଡରୁ ସେ ମୁଣ୍ଡ

ହଁ, ଏହା ଏକ ଉପସ୍ଥିତି

ସୂର୍ଯ୍ୟ ସେମାନଙ୍କୁ ଶୋଷିନେବା ପର୍ଯ୍ୟନ୍ତ, ନୀରବରେ

ଛାଡି ଚାଲିଯାଏ ଘାସର ସାମ୍ରାଜ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics