STORYMIRROR

Bijay Prusty

Romance

4  

Bijay Prusty

Romance

ଏବେବି ବର୍ଷା ଆସେ

ଏବେବି ବର୍ଷା ଆସେ

1 min
453


ବର୍ଷା ଭୁଲିନାହିଁ ମାଟିର ମୋହକୁ

ଭୁଲିନି ପ୍ରୀତିର ସ୍ୱର

ଶରତ ଆକାଶେ ବିଜୁଳି ଚମକେ

ବର୍ଷା ଆସେ ବାର ବାର I


ସବୁଜିମା ଭରା ମାଟିର ଛାତିକୁ

ବର୍ଷା ଯେବେ ଦିଏ ଛୁଇଁ

ହଜିଲା ଦିନର ସ୍ମୃତିକୁ ଉଖାରେ

ବିସ୍ମୃତ ଟାଙ୍ଗରା ଭୂଇଁ I


ଜୀବନ୍ୟାସ ଦିନେ ଦେଇଥିଲା ବର୍ଷା

ମରୁଯାତ୍ରୀ ପ୍ରାଣେ ଆଶେ

ତା ପ୍ରୀତି ପରଶେ ଭିଜାଇଲା ପ୍ରାଣ

ଆଖିରେ ଭରିଲା ନିଶା I


ବରଷା ଭୁଲିନି ତୃଷିତ ପ୍ରାଣର

ଅନ୍ତହୀନ ଜ୍ୱାଳାମୁଖୀ

ସେଥିପାଇଁ ସିନା ଅବେଳରେ ଆସେ

ଶାନ୍ତ ହୁଏ ପ୍ରାଣପକ୍ଷୀ I

         


Rate this content
Log in

Similar oriya poem from Romance