STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଏବେ ସମୟ

ଏବେ ସମୟ

1 min
123


କି ସମୟ ଦେଖାଉ କଳା ଠାକୁର

ଆଜି କଥା ହେଉଅଛି ପାଣିର ଗାର 

ଶ୍ରେଷ୍ଠ ମଣିଷ ଜାତିଟା ସ୍ୱାର୍ଥପର 

କରି ଚରିତ୍ର କୁତ୍ସିତ କଦାକାର

ଭାବେ ଆଖି ବୁଝି ସିଏ ପିଏ କ୍ଷୀର

ପକ୍ଷୀ ଉଡୁଥାଉ ପଛେ ଯେତେ ଦୂର

ଆଜି ଗଣି ହୋଇଯାଏ ତାର ପର

ଅଜବ ଅଦ୍ଭୁତ ତାହାର ବ୍ୟବହାର

ଚିନ୍ତା କରେ ଖାଲି ପର ଅପକାର

କରିଥାଅ ଯେତେ କା'ର ଉପକାର

କଥା ସରିଯାଏ ରାତି ହେଲେ ଦୂର 

ତାର ନିତି ନିତି ନୂଆ ଦରକାର

ସାଧୁକୁ ସାଧୁ ହିଁ ଲୋଡ଼ଇ

ଅସାଧୁକୁ ନୁହଁଇ

ଅତର ଲଗାଇ ଶୂକରୀ

କେବେ ହେବ କି ଗାଈ

ନିତି ବିଷ୍ଠା ଖୋଜେ ଶୂକରୀ

ତାର ପଙ୍କରେ ମନ

 ଅମୃତ ତାହାକୁ ଲାଗଇ

ସତେ ବିଷ ସମାନ

ରୁପକୁ ଲଗାଇ ବାଜିରେ

କରେ ସ୍ୱାର୍ଥ ସାଧନ

ସମ୍ପତି ବିସ୍ତାର କରଇ

ଚୋରି କରିଣ ଧନ

ତାର କର୍ମଫଳ ଭୋଗିବ

ନିଶ୍ଚେ ତାର ସନ୍ତାନ

ନୋହିଛି ନୋହିବ ଅନ୍ୟଥା

ବିଧିଙ୍କର ବିଧାନ

ଅହଂକାର ତାର ସତେକି

ଶାଣଦିଆ କଟୁରୀ

ହାଣି ପକାଉଛି ସଭିଙ୍କୁ

ଆଖିର ଠାର ମାରି

ଅହଂକାର ଦିନେ ଭାଙ୍ଗିବ

ଯଉବନ ଖସିବ

ଆଖି ହରାଇଣ ଶେଷରେ

ଅଣ୍ଡାଳି ହେଉଥିବ

କେହି ରହିନାହିଁ ରହିବେ ନାହିଁ

କ୍ଷଣିକ ଏ ସଂସାରେ

କେତେ ରଙ୍ଗ ଦେଖାଏ କିଏ

ପଡି ଅର୍ଥ ଲୋଭରେ

ମାତା କୁନ୍ତୀ ସୀତା ତାରା ଅହଲ୍ୟା

 ମନ୍ଦୋଦରୀ ଯାଜ୍ଞସେନୀ

ତାଙ୍କ ସମକକ୍ଷ କେବେ ନୋହିବେ 

କଳି ରୁପସୀ କାମିନୀ

କର୍ମ ଉପରେ ଗୁରୁତ୍ୱ

ଦେଇଛନ୍ତି ବିଧାତା

ଯେପରି କର୍ମ ଅର୍ଜିବୁ

ସେହିପରି ଭୋଗିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational