STORYMIRROR

Chittaranjan Nanda

Tragedy Inspirational Others

4  

Chittaranjan Nanda

Tragedy Inspirational Others

ଏବେ ବି ଭୂଆଁ ବୁଲେଇବି ଭାବିଛି

ଏବେ ବି ଭୂଆଁ ବୁଲେଇବି ଭାବିଛି

1 min
340


ଭୋଟ ଆସିଛି,

ଶାସନ ଗାଦିରେ ବସିଛି,

ପାଂଚ ବରଷ କାଟିଛି,

ଘରେ ଘରେ ବୁଲୁଛି,

ଘୋଡାହାତୀ ଦେବି କହୁଛି,

ଧନ୍ୟ ମୋ ରାଜନୀତି ଖେଳ,

ଏମିତିକା ଖେଳ ଖେଳି ଆସିଛି ।


ଆଛା ସମୟ ଆସିବ କହୁଥିଲି,

ମିଛ ପ୍ରତିଶ୍ରୁତି ମାନ ଦେଇଥିଲି,

ନ୍ୟାୟ ମାଗିବାରୁ ଲାଠି ଦେଖେଇଲି,

କେବେ ତ ଆଗରୁ ମୁଁ ଦେଖା ଦେଉ ନଥିଲି ।


ଘରେ ଘରେ ଏବେ ବୁଲୁଛି,

ଘୋଡାହାତୀ ଦେବି କହୁଛି,

ଧନ୍ୟ ମୋ ରାଜନୀତି ଖେଳ,

ଏମିତିକା ଖେଳ ଖେଳି ଆସିଛି ।


ପୁଣି ନୂଆ ଇସ୍ତାହାର ଦେଖେଇବି,

ଫଟୋରେ ଏତିକି ପାଇବି, 

ହର ହର ମହାଦେବ ଛାଡି, 

ଅନ୍ୟ ସ୍ଲୋଗାନ ଶୁଣେଇବି 

ଏବଂ 

ନୂଆ ରୂପରେ ଗେରୁଆ ବସ୍ତ୍ର ପିନ୍ଧିବି,

ଏବେ ତ ମନ୍ଦିର ମନ୍ଦିର ବୁଲିବି,

ହାୟ ହାୟ ରେ ଆମ ଭୋଟର ଭଉଣୀ ଭାଇ 

ସେଥିରେ ମଧ୍ୟ ନାଚିବି ମୁହିଁ ।


ମନେ ମୋର ପଡେ ସେ ପିଲାଦିନର କଥା,

ଅଝଟ ହେଲେ, ଶୁଣେ ପୋଲିସ ମାମୁଁ କଥା,

ନଶୁଣିଲେ ଖାଉଥିଲି ବେତ ର ଛାଟ,

ଡରରେ ରହୁଥିଲି ହୋଇ ଭଲ ଚାଟ,

ଏବେ କିନ୍ତୁ ନମାନିଲେ ମୋର ବାଣୀ

ସେଡିସନ ଦଫାରେ ଦେବି ତ ଝୁଣି ।


ଶାସକ ଦଳର ନେତା ହୋଇଛି,

ପୁଂଜିପତିର ସ୍ୱାର୍ଥରେ ଜୀବନ କାଟିଛି,

ଶାସନକୁ ଯାଇ ନ୍ୟାୟାଳୟକୁ ଧରି ରଖିଛି,

ପୁଂଜିପତିଠାରୁ ବହୁତ ଟଙ୍କା ପାଇଛି,

ମଦ କୁକୁଡ଼ା ଓ ଟଙ୍କା ପାଞ୍ଚଶରେ 

ଭୋଟର ନିଜକୁ ବିକ୍ରି କରିବରେ

ଭୋଟ ପାଇ ଆଗରୁ ଆସିଛି ଶାସନରେ 

ପୁଣି ତ ଆସିବି ଶାସନ ଗାଦୀରେ ।


ଦେଖ ଭୋଟ ସମୟ ଆସିଲାଣି,

ନୂତନ ବେଶ ଧରି ଚ‌ଉତାରା ମାରିଲିଣି,

ସବୁ ପ୍ରକାର ଜାଲର କଥା ଧରି ପ୍ରସ୍ତୁତ ହେଲିଣି,

କିଛି ଦିନ ପାଇଁ ମାଗଣା ଖୁଆଇବା ଚଳେଲିଣି,

ଟଙ୍କା, ମାଛ, ଛତା, ମଟନ, ତେଲ, ପେଟ୍ରୋଲର

ବାଣ୍ଟିବା ପଛେ ଲୁଚିଅଛି ସ୍ଵାର୍ଥ ରାଜସ୍ବ ଲୁଟିବାର,

ଶିକ୍ଷିତ ଅବା ଅଶିକ୍ଷିତ ଜାଣ ତ ବିଶ୍ବସ୍ତ ହୋଇଛନ୍ତି,

ବାଘଠୁ ଭୟଙ୍କର ସ୍ୱାର୍ଥର ମଣିଷ

ମୋ ଗୋଡାଣିଆ ବନିଛନ୍ତି,

ଭୋଟର, ମନରେ ତ ବିଚାର ଧାରାରେ

ଅବଗତ ନାହାଁନ୍ତି,

ଆଗରୁ ଭୋଟରଙ୍କୁ ଭୂଆଁ ବୁଲେଇଛି 

ଏବେ ବି ନିଶ୍ଚୟ ଭୂଆଁ ବୁଲେଇବି ଭାବିଛି,


ଆସୁଅଛି ଏବେ ଭୋଟର ମନ ମଧ୍ୟର,

କାହିଁକି କାଦୁଅକୁ ଯିବା ଦରକାର,

କାଦୁଅକୁ ଗଲେ ଗୋଡକୁ ଧୋଇବାକୁ ପଡିବ,

ପଇସା କରିବ କିମିଆରେ ଭାଇ, ସତ କଥା କହି 

କି ଫାଇଦା ମିଳିବ ?


Rate this content
Log in

Similar oriya poem from Tragedy