STORYMIRROR

Ansuman Swain

Classics

3  

Ansuman Swain

Classics

ଏ ସମୟର ଖେଳ

ଏ ସମୟର ଖେଳ

1 min
158

କଣ ସତରେ ମୋ

          ଜୀବନରେ ଖୁସି ନାହିଁ


ଏ ସୁଖ ଭରା ରାତି ଆଜି

                ସାଜିଲା କାରଣ,

ସୁଖ ସାଉଁଟିବାକୁ ମୋତେ

                କଲା ସେ ବାରଣ

କେମିତି ବଞ୍ଚିବି ମୁହିଁ

             ଭାବି ମୁଁ ପାରୁନି,

ଚାଲିବା ରାସ୍ତାଟି ମୋର

               କଣ୍ଟାରେ ଛାଉଣୀ

   

ଧରୁ ,ଧରୁ ଭାଙ୍ଗି ଗଲା

            ସବୁ ଆଶା ମନ,

ଅଭିଶପ୍ତ ହୋଇଗଲା 

         ଏହି ମୋ ଜୀବନ


କେମିତି ବଞ୍ଚିବି ମୁହିଁ

        ଭାବି ମୁଁ ପାରୁନି,

ଚାଲିବା ରାସ୍ତାଟି ମୋର

         କଣ୍ଟାରେ ଛାଉଣୀ


 କାଳୀମାର କଳା ରାତି

           ଭାଙ୍ଗିଦେଲା ସ୍ୱପ୍ନ,

ସୁଖର ନଅର ଏଠି

           ହୋଇଗଲା ଶୂନ୍ୟ    

ସତରେ ମୋ ଜୀବନରେ ସୁଖ ନାହିଁ

        ଆଜି ମୁଁ ଜାଣିଲି ,କହିବି କାହାକୁ ଯାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics