STORYMIRROR

Aparti Charan Sethi

Abstract

4  

Aparti Charan Sethi

Abstract

ଏ ଶରୀର ସ୍ମାର୍ଟ ଫୋନ୍

ଏ ଶରୀର ସ୍ମାର୍ଟ ଫୋନ୍

1 min
259


ମଣିଷ ଶରୀର ସ୍ମାର୍ଟ ଫୋନ୍ ବାବୁ

    ଈଶ୍ୱର ଗଢିଛି ଯା'କୁ, 

ଅସୀମିତ ଜିବି‌ ମେମୋରୀ ଖଞ୍ଜି ସେ

   ଛାଡିଥାଏ ମାର୍କେଟକୁ‌।

ଦାମୀକାବେଟେରୀ ଦାମୀ ଟଚ୍‌ପ୍ଯାଡ

    ଦାମୀ ଡିସ୍‌ପ୍ଲେ ଦେଇ,

ଦାମୀକା କ୍ୟାମେରା ଦାମୀକା ସ୍ପିକର‌

    ପ୍ରଭୁ ଅଛନ୍ତି ଲଗେଇ।

ଅତି କମ୍‌ରେ ସତୁରୀରୁ ବେଶୀ 

   ବର୍ଷ ଫୋନ୍ କାର୍ଯ୍ୟକରେ ,

ବାଲ୍ୟରୁ କିଶୋର ଯୌବନବାର୍ଦ୍ଧକ୍ୟ

   ପର୍ଯ୍ୟନ୍ତ ବ୍ୟାଟେରୀ ଚଳେ‌।

ପ୍ରତ୍ୟେହ ପ୍ରେମର ଚାର୍ଯର‌ ଲଗାଇ

   ଦେହ ଫୋନ୍ ଚାର୍ଯକର,

ଭଲ ପାଇବାର ଭାଉଚର୍ ପକେଇ

   ଭାବ ଦେଇ ନେଇ ପାର।

ମାନବିକତାର ନେଟୱର୍କ ସିମ୍‌

   ସ୍ମାର୍ଟ୍ ଫୋନରେ‌ ଲଗାଇ,

କେବଳ ନିଜର ଭଲ କାମ ପାଇଁ

   ବ୍ୟବହାର କର ଭାଇ।

ମସ୍ତିଷ୍କ ମେମୋରୀ ରଖିବ ସାଇତି

   କରିବନି କେବେ ଭୁଲ୍,

ଯେଉଁ ମେମୋରୀରୁ ଡିଲେଟ‌ ହୁଏନା

    କିଛି ପୁଣି ବିଲକୁଲ୍।

ହୃଦ ପରଦାରେ‌ ଭିଡିଓକୁ ଦେଖ

    ସ୍ମୃତିର ଭଲ୍ଯୁମ‌୍‌ ଦେଇ,

ଯେତେ ପୁଣିଫଟୋ ଲୋଡ୍ କରିପାର

    କିଛି କଟକଣା ନାହିଁ।

ଏହାର ଷ୍ଟୋରେଜ ଇମେଜଟି ବଡ଼

    ଦୁଃଖ ସୁଖ ପାପ ପୁଣ୍ୟ,

ଭଲ ମନ୍ଦ କଥା ସବୁ କପି ହୋଇ

    ରହିଯାଏ ସବୁଦିନ।

ବିଭିନ୍ନ ଆପ୍‌ ୟୁଟୁବ୍ ଫେସବୁକ

   ନେଟୱର୍କ ସେବା ପାଅ,

ଯାତ୍ରା ସିରିଲେ ଗୀତ ଚଳଚ୍ଚିତ୍ର

   ସବୁ ଗୁଡ଼ା ଦେଖୁଥାଅ।

ଭାବ ସମ୍ପର୍କର ହ୍ଵାଟସଫ୍ ଗ୍ରୁପ୍

   ତିଆରି କରିଲେ ଭଲ,

ଦେହ ସ୍ମାର୍ଟ ଫୋନ ସବୁ କରିପାରେ

    ସଭିଙ୍କ ଠାରୁ ଦୁର୍ମୂଲ୍ୟ।

ଯଦି କେଉଁଦିନ ଦେହ ସ୍ମାର୍ଟ ଫୋନ୍

    କାହାର ବି ନଷ୍ଟହୁଏ,

ଅସରା ଦୁଃଖ ସେ କହି ତ ହୁଏନି

    ମନଟିଏ ଭାଙ୍ଗିଯାଏ।

ରେଡ଼ିଓ ଭିଡିଓ ଟେପ୍‌ ରେକଡ଼ର୍

    ଯାହା ଚାହଁ ତାହା ଦେଖ,

ଯାହା ବି ଖୋଜିବ ତାହା ବି ପାଇବ

    ଧନ୍ଯ ଫୋନ୍ ଉଦ୍ଭାବକ‌। 

ଚୋରୀ ଡକାୟତି ବ୍ୟଭିଚାର ଆଦି

    କୁକର୍ମେ ଯଦି ଲଗାଅ, 

ସ୍ମାର୍ଟ ଫୋନ ଅଳ୍ପଦିନେ ନଷ୍ଟହେବ

    ଏହା ମନେ ରଖିଥାଅ।

ସତ‌କାର୍ଯ୍ଯେ ସଦା କଲେ ବ୍ୟବହାର

    ମୋବାଇଲ ସୁସ୍ଥ ରହେ,

ଅସତ‌ ବାଟରେ ଫୋନ୍ ସୂକ୍ଷ୍ମ ପାର୍ଟ‌

   ପ୍ରାୟତଃ ଖରାପ ହୁଏ।

ଖରାପ ହୋଇଲେ ସ୍ମାର୍ଟ୍ ଫୋନ୍ ଅଛି

    କମ୍ପାନୀର ଓ୍ଵାର୍କସପ‌,

ଫୋନ୍ ମେକାନିକ‌ ସଜାଗ ଅଛନ୍ତି

    ଯିଏ ଡାକ୍ତର ସ୍ଵରୂପ।

ଗ୍ୟାରେଣ୍ଟି ଓ୍ଵାରେଣ୍ଟି ଇନଷ୍ଟ୍ରକ୍‌ସନ 

   କମ୍ପାନୀ ଲେଖିଛି ଯତ୍ନେ,

ତାଗିଦ୍ କରିଛି ବ୍ୟବହାର କର

   ପ୍ରତିକ୍ଷଣେ ସାବଧାନେ।

ଅସାବଧାନତା ଯୋଗୁଁ ସ୍ମାର୍ଟ ଫୋନ୍

   ଯଦି ନଷ୍ଟ ହୋଇଯିବ,

ଗ୍ୟାରେଣ୍ଟି ଓ୍ଵାରେଣ୍ଟି କିଛି ମିଳିବନି

   କମ୍ପାନୀ ଦୋଷ ନ ଦେବ।

ସଂସାର ମହଲେ‌ ଉପଲବ୍ଧ ଏହି

    ଏହି ସ୍ମାର୍ଟ ଫୋନ୍‌ମାନ,

ବ୍ୟବହାର ପାଇଁ ପୁଣ୍ୟ ଅର୍ଥ ଦେଇ

    ମୋବାଇଲ ବାବୁ କିଣ।

ସ୍ମାର୍ଟ୍ ଫୋନ୍‌ଟିରେ ଧର୍ମର ସୁରକ୍ଷା

    କଭର ଦେବ ପକାଇ,

ଯେଉଁଥିପାଇଁକି ତଳେ ପଡିଗଲେ 

    ହଠାତ୍ ଭାଙ୍ଗିବ ନାହିଁ।  

ଭକ୍ତି ଆପ୍ ଖୋଲି ଅନ୍‌ଲାଇନ୍‌ରେ

    ଜଗା ସଙ୍ଗେ କଲେ ଭାବ,

ଦେହ ସ୍ମାର୍ଟ ଫୋନ ପ୍ରଭୁଙ୍କ କୃପାରୁ

    ନିଶ୍ଚେ ଧନ୍ୟ ହୋଇଯିବ।



Rate this content
Log in

Similar oriya poem from Abstract