Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ଏ ମଣିଷଟି

ଏ ମଣିଷଟି

1 min
288



ସ୍ନେହଭରା କ'ଣ ସବୁ ଏ ମଣିଷ ସଂସାରରେ

ହାତଧରା କ'ଣ ସବୁ ଏ ମଣିଷ ପ୍ରେମଭରେ?୧

ସୁଖଭରା କ'ଣ ସାରା ଏ ମହୀଟା ସମୟରେ

ହାତଦେଖା କ'ଣ ନିଜ ଏ କପାଳ କର୍ମଭରେ?୨

ମଧୁରତା କ'ଣ ପ୍ରତି ଏ ଲୋକର କଥାଝରେ 

ସତ୍ୟତା କ'ଣ ଏ ପ୍ରତି ଓକିଲର ପ୍ରମାଣରେ?୩

ସମାନତା କ'ଣ ଆସିଥାଏ ଆତ୍ମା ଜନ୍ମାନ୍ତରେ

ପବିତ୍ରତା କ'ଣ ପ୍ରତି ମଣିଷର ସମ୍ପର୍କରେ?୪

ତେଲଲୁଣ କ'ଣ ସଂସାର ଏ ହାଟ ମଣିଷର

ମିଛରେ କୁହୁଡି ପହଁରା ଏ କ'ଣ ଭବିଷ୍ୟର?୫

ସବୁ ତ ଅଳୀକ ମିଛ ଦୁନିଆରେ ଅଭିନୟ

ତଥାପି ମଣିଷ ଚାଲୁଛି ନିତି ହିଁ ଛାଡ଼ି ଭୟ।୬

କାହିଁକି ଈଶ୍ୱର ସୃଷ୍ଟି କରିଛନ୍ତି ଏ ସଂସାର

ଚାଲୁଚାଲୁ ସବୁ ଥକିବାଟା ଆଜି ନିଶ୍ଚେ ସାର।୭

ଝୁଣ୍ଟିବା ହଉଛି ପ୍ରତିକ୍ଷଣ ଆଉ ଲୁହଝରେ

କହିବ କାହାକୁ ଜନ୍ମ ତ ହୋଇଛି ମହୀପୁରେ।୮

ଦରକାର ନାହିଁ ବନ୍ଧୁ ପରିବାର ପ୍ରିୟଜନ

ଲୁହ ବୁହାଇବା ଶରୀର ଅଙ୍ଗରୁ ଘନଘନ।୯

ଈଶ୍ଵର ହେ ଆଜି ଶେଷ କରିଦିଅ ଏହି ଦେହ

ମିଛର ସଉଦା ବହୁ ଦେଖେଇଲ ଚହଚହ।୧୦

ଆରପାରି ଯଦି ନେଇଯାଅ ପ୍ରଭୁ ଏଇ ପ୍ରାଣ

ସନ୍ତୋଷ ଲାଗନ୍ତା ନିଶ୍ଚତ ଭାବୁଛି ଦେହ ମନ।୧୧

        


Rate this content
Log in

Similar oriya poem from Abstract