Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract Classics Inspirational

4.0  

ବି. ନିରୁପମା

Abstract Classics Inspirational

ଏ କଥାଟି ପୂରା ସତ୍ୟ

ଏ କଥାଟି ପୂରା ସତ୍ୟ

1 min
271



ଥରେ ପ୍ରତିକୂଳ ପରିସ୍ଥିତି ଏକ

ଦୋହଲାଇ ଦେଲା ତନୁ,

ଅନ୍ଧାର ଦିଶିଲା ଚଉଦିଗ ମୋତେ 

ଖୁସି ହଜିଗଲା ମନୁ ।


ଭାରୀ ହେଲା ଦେହ ମନର କଷଣ

ବୁଦ୍ଧି ଯେ ହୋଇଲା ବଣା, 

ଆଗକୁ କେମିତି ବଢ଼ିବି ସେ କଥା

କଦାପି ନ ଥିଲା ଜଣା ।


ପ୍ରଭୁଙ୍କୁ ସ୍ମରଣ କରିଲି ସେବେଳେ

ବିପଦରେ ହୁଅ ସାହା,

ଏ ଜୀବନ ବିତୁ ଆନ ହିତ କରି 

କରୁଣା କରିଲେ ନାହା ।


ଭୀମ ଭୋଇଙ୍କର ଉକ୍ତିଟି ପଢ଼ିକି

ଦୃଢ଼ କଲି ମନୋବଳ,

"ଆନ କଲ୍ୟାଣରେ ବ୍ରତୀ ହୋଇ ଏହି

ଜନ୍ମ କରିବି ସଫଳ " ।


ଧୀରେ ଧୀରେ ମୁହିଁ ନିଜକୁ ବୁଝାଇ

ପ୍ରସନ୍ନ ରଖିଲି ଚିତ୍ତ,

ସେ ପରିସ୍ଥିତିରେ ପରିବାର ଲୋକ

ସାଜିଲେ ବି ମୋର ମିତ ।


ସାନ ଠାରୁ ବଡ଼ ସଭିଙ୍କ ସହ ଯେ

ମଧୁର ସମ୍ପର୍କ ଗଢ଼ି,

ଯେବେଳେ ଯେ ମୋର ସାହାଯ୍ୟ ଲୋଡ଼ିଲେ

କଲି ବି ଉପରେ ପଡ଼ି ।


ପିଲାମାନଙ୍କୁ ମୁଁ ପାଠ ପଢ଼ାଇଲି 

ଶିଖାଇଲି ଭଲ କଥା,

ରାମାୟଣ ଆଉ ମହାଭାରତଠୁଁ

ମହାମନୀଷୀଙ୍କ ଗାଥା ।


ଦୁଃଖୀ ମଣିଷର ସମସ୍ୟା ବୁଝିକି

ଦେଲି ମୁଁ ସୁପରାମର୍ଶ ,

ଏମିତି ଭାବରେ ବିତି ତ ଗଲାଣି

ଅନେକ ମାସ ଓ ବର୍ଷ ।


ସମାଜ ଓ ଭାଷା ହିତରେ ଧରିଲି

କଲମ ପିଲାଟି ବେଳୁ,

ରଚିଲି ତାଙ୍କର ମନଲାଖି ସୃଷ୍ଟି

ପ୍ରଶଂସା ମିଳୁ ନ ମିଳୁ ।


ରାଜ୍ୟ ସରକାର ପାଠାଗାର ପାଇଁ

ମନୋନୀତ କଲେ ବହି,

କାଳଜୟୀ ଲେଖା ଲେଖୁଛନ୍ତି ବୋଲି

ପାଠକେ ଦିଅନ୍ତି କହି ।


ସୁଖରେ ଅଧିର ବିପଦେ କାତର

ନୋହି କରିଚାଲେ କର୍ମ,

ଏ ଜୀବନ ଏକ ସଂଘର୍ଷର କ୍ଷେତ୍ର

ସେବା ହିଁ ପ୍ରକୃତ ଧର୍ମ ।


ମୋତେ ଅନୁସରି ସାନ ଠାରୁ ବଡ଼

କରନ୍ତି ବି ଭଲକାମ,

କଥା କଥାକେ ସେ ଉଦାହରଣରେ

ନିଅନ୍ତି ଯେ ମୋର ନାମ ।


"ତୁମ କଥା କାର୍ଯ୍ୟ ପ୍ରେରଣାଦାୟକ"

ଲୋକ ଦେଉଛନ୍ତି ମତ ,

ଜୀବନ ଯୁଦ୍ଧର ବିଜୟୀ ସେନା ମୁଁ 

ଏ କଥାଟି ଅଟେ ସତ୍ୟ ।



Rate this content
Log in

Similar oriya poem from Abstract