STORYMIRROR

KSHIRADRI SAHU

Drama Thriller Others

3  

KSHIRADRI SAHU

Drama Thriller Others

ଏ କି ପରମ୍ପରା

ଏ କି ପରମ୍ପରା

1 min
237


  

ପରମ୍ପରା ନାମେ କଳଙ୍କ ଲଗାଇ

କରୁଛୁ ଅନେକ କର୍ମ

ପୂଜା ଓ ପାର୍ବଣ ଲୋକ ଦେଖାଣିଆ

ପାଳୁଛୁ ସତେକି ଧର୍ମ।

ସ୍ତ୍ରୀ ଲୋକଟିଏ ଅଗାଧୁଆ ଖାଇ

ଗାଧୋଇ କରଇ ପୂଜା

ସବୁବେଳେ ପିନ୍ଧେ ନାଇଟି ଗାଉନୁ

ପୂଜାରେ ଶାଢ଼ୀଟି ଖୋଜା।

ବାର ମାନେ ନାହିଁ ତିଥି ମାନେ ନାହିଁ

 ଆମିଷ ଭୋଜନ କରେ

ଚିକେନ ଓ ଅଣ୍ଡା ଖାଇ ସେ ଖୁସିରେ

ପୂର୍ବଜେ ସ୍ମରଣ କରେ।

ମନ୍ଦିରକୁ ଯାଏ ଶୁଭ ମନାସିବ

ସଜେଇ ହୋଇ ସେ କେତେ 

ସତେକି ଅପେରା ଷ୍ଟେଜ ଉପରେ

ସୌନ୍ଦର୍ଯ୍ୟ ଦେଖାଏ ସତେ।

ଜରିରେ ଧରନ୍ତି ଫୁଲ ଫଳ ଭୋଗ

ପ୍ଲାଷ୍ଟିକ ବୋତଲେ କ୍ଷୀର

ବାସୀ ଫୁଲ କିଣା ଫୁଲ ଦୋକାନରୁ

 ନାନା ରକମର ହାର।

ଡାଲଡା ଘିଅର ଦୀପାଳୀ ସାଜିଛି 

ଗୋଲାପ ଡାଲିଆ ହେନା

ଠାକୁର ଙ୍କ ମୁଣ୍ଡେ ଚଢାଇ ସେ ସବୁ

ବ୍ରାହ୍ମଣେ ଦିଏ ପାଉଣା

ସାବିତ୍ରୀ ତାହାର ସତୀତ୍ୱର ବଳେ

ଫେରି ସେ ପାଇଲେ ପତି

ତାର ଭକ୍ତି ଶକ୍ତି ପାଖରେ ହାରିଲେ

ଜନ୍ତୁରାଣ ମହାଶକ୍ତି।

ଆଜିର ସାବିତ୍ରୀ ମୁଣ୍ଡ କୋଡେ ବସି

ଧନ ସମ୍ପଦର ଲୋଭେ

କିଏବା କହିବ ମନେ କି ମନାସେ

(କଷ୍ଟ)ମନ ତା ବୁଝିବା ଭବେ

ଆହାର ବିହାର ଦରକାର ଭଲ

ଉତ୍ତମ ପୋଷାକ ପତ୍ର

ନାନା ଅଳଙ୍କାରେ ସଜେଇ ହେବାକୁ

ଚିନ୍ତାକରେ ଅହୋରାତ୍ର।

ସେ ପାଇଁ ତ ପରା ଅବକ୍ଷୟେ ଆଜି

ସମାଜ ସାଜିଛି ମୋର

କହିଲେ କହିବେ ନିପଟ ମଫୁଟା

ରକ୍ଷଣଶୀଳଟା ଘୋର।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama