STORYMIRROR

Kishore Nayak

Classics

4  

Kishore Nayak

Classics

ଏ ଜୀବନ ଗଳ୍ପ

ଏ ଜୀବନ ଗଳ୍ପ

1 min
281


ଏ ଜୀବନ ଗଳ୍ପ ଘଟଣା ବହୁଳ 

ଅନେକ ଚରିତ୍ର ଏଠି 

ଏ ରଙ୍ଗ ମଞ୍ଚରେ ଅଭିନୟ ଧାରେ 

ହୁଏ ଏଠି ଭେଟା ଭେଟି ll

ମନ ଆଇନାରେ ନିଜକୁ ସଜେଇ 

ମାଖିବାକୁ ହୁଏ ରଙ୍ଗ 

ଭାବନା ଭଙ୍ଗୀରେ ଚାଲିବାକୁ ହୁଏ 

ବଦଳାଇ ନିଜ ଢଙ୍ଗ ll

ଜୀବନ ଜୀବିକା ଫନ୍ଦି ଫିକରରେ 

ଜଞ୍ଜାଳମୟ ଏ ପଥ 

ଆଶା ଅବଶୋଷ କାମନା ଦ୍ୱେଷରେ 

ଭରା ଏ ଶରୀର ରଥ ll

ସ୍ବପ୍ନ ଅଭିଳାଷ, ସନ୍ଦେହ ବିଶ୍ୱାସ 

ଏ ସବୁ ଜୀବନ ଅଂଶ 

କେବେ କେବେ ଏକ ସାମାନ୍ୟ ତ୍ରୁଟିରେ 

ଜୀବନଟା ହୁଏ ଧ୍ୱଂସ ll

କେବେ କେବେ ପୁଣି ମନ ମାନସରେ 

ନୀରବତା ଦିଏ ଢାଙ୍କି 

ଅୟୁତ ଯୁଗର ଅକୁହା ବେଦନା 

ମନେ ମାରୁଥାଏ ଉଙ୍କି ll

ମନ କଥା ପଦେ କହିବାକୁ ହେଲେ 

ବନ୍ଧୁଟିଏ ହୁଏ ଲୋଡ଼ା 

ମିଛ ଅଭିନୟ ବ୍ୟସ୍ତ ଦୁନିଆରେ 

କିଏ ହେବ ଆସି ଛିଡା? II 

ଯାତନା ଅନେକ, ଦୁଃଖ ବି ଅନେକ 

ମିଛ ହସ ଏଠି ବେଶି 

ମିଛରେ ମିଛରେ ହସି ଦେଲେ ଥରେ 

ଏଠି ସଭିଏଁ ହୁଅନ୍ତି ଖୁସି ll

ଯେତେ ବଖାଣିଲେ ତଥାପି ଅଧୁରା 

ଅଟେ ଏ ଜୀବନ ଗଳ୍ପ 

କେଉଁ ପରକାରେ ବୁଝାଇବି ବନ୍ଧୁ 

ସମୟ ତ ଏଠି ସ୍ୱଳ୍ପ ll



Rate this content
Log in

Similar oriya poem from Classics