STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଏ ଜାତିର ଗର୍ବ ଗୈାରବ

ଏ ଜାତିର ଗର୍ବ ଗୈାରବ

1 min
222


ଗୋପବନ୍ଧୁ ହେ ଦରଦୀ ବନ୍ଧୁ

ନାହିଁ ଆଉ ବନ୍ଧୁ ତୁମଭଳି

ନିଜର ଜୀବନ ଉତ୍ସର୍ଗ କରିଛ

ସେବା, ତ୍ୟାଗ ବଳେ କିଏ ସରି


ବଢି,ମରୁଡି ର କରାଳ ଛାୟା ରେ

ଦେଶ ବି ହୁଅଇ ଦ୍ରବିଭୁତ

ଜୀବନ ବିପନ୍ନ; ଲୁହ ଝରେ ନାହିଁ

ବିଚଳିତ ନୋହେ କାହାଚିତ୍ତ


ଏବେବି ଦେଶରେ ଅନେକ ବିଭେଦ

ସାମାଜିକ ସ୍ଥିତି ଟଳମଳ

ସ୍ବରାଜ ର ପଥେ କେତେ ଖାଲଖମା

ହାଡ଼,ମାଂସ କିଏ ଦେବକହ


ଜୀବନ ବିହୁନେ ଦେଶ ଯଶ ହୀତ

ଚିନ୍ତା ରେ ଯେ ଜନ ମଗ୍ନ ଥିଲା

ସେପରି ପୁରୁଷ ପୈାରୁଷତ୍ଵ କାହିଁ (ଏବେ)

ପରାଙ୍ଗ ପୁଷ୍ଟ ସର୍ବେ ପରା


ଦୁଃଖୀ ଜନଗଣ ଜୀବନ ପଥରେ

ଥିଲ ଯଥା ପାଦପ ର ଛାଇ

ଚତୁର୍ଦ୍ଦିଗ ଆଜି ଖରା ଖାଲି ଖରା

ସାହା ରାହା ଏଠି କେହି ନାହିଁ


ଅଳପ ଆୟୁଷ ଅନେକ ଆଶାର

ମୂର୍ତ୍ତିମନ୍ତ ରୂପ ମହା ଯୋଗୀ

ହେ ମହାନ ଆତ୍ମା ଯୋଗଜନ୍ମା ସନ୍ଥ

ଆଖିଆଗେ ନାଚେ ତୁମ ଛବି


ଆଜିର ଜୟନ୍ତୀ ଅବସରେ, ମହା-

ପୁରୁଷ ହେ ତୁମେ ମନେପଡ

ହେ ଦେବାତ୍ମା ସତ୍ୟସନ୍ଧ ଏ ଜାତିର

ତୁମେ ତ ଗର୍ବ ଗଉରବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational